କ୍ଷତି ପୂରଣ ଦାବୀ କଲା ରାଷ୍ଟ୍ରୀୟ ବିକାଶ ସେନା

ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ବଣ୍ଡା ଶ୍ରମିକ ମାନଙ୍କ ପରିବାର ବର୍ଗଙ୍କ ପାଇଁ କ୍ଷତି ପୂରଣ ଦାବୀ କଲା ରାଷ୍ଟ୍ରୀୟ ବିକାଶ ସେନା । ଦରକାର ଆଦିବାସୀ ମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ସେଥିପାଇଁ ସରକାରଙ୍କ ଆଦିବାସୀ ଉନନ୍ୟନ ବିଭାଗ ଅଧିନରେ ଅନେକ ଗୁଡ଼ିଏ ଅଧିକାରୀ କାର୍ଯ୍ୟରତ ଅଛନ୍ତି। କିନ୍ତୁ ସେମିତି ଆଖିଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ତେଲେଙ୍ଗାନା ର ହାଇଦ୍ରାବାଦ ଠାରେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀ ର ବଣ୍ଡା ଶ୍ରମିକ ମାନଙ୍କ ଅବସ୍ଥା। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀ ଅଞ୍ଚଳର ଛ ଜଣ ଯୁବକ ଗତ ସେପ୍ଟେମ୍ବର ମାସରେ ହାଇଦ୍ରାବାଦ୍ ର ଚିତୁନପାଲି ଠାରେ କାମ କରୁଥିବା ବେଳେ ଛାତ ଉପରୁ ଖସି ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କିଛି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ବାବଦରେ ଜାଣିଲା ପରେ ରାଷ୍ଟ୍ରୀୟ ବିକାଶ ସେନା ତରଫରୁ ରାଜ୍ଯ ଶ୍ରମ ଆୟୁକ୍ତ ଶ୍ରୀ ତିରୀମୁଲା ନାୟକ ଙ୍କୁ ଭେଟି ସେନା ର ଏକ ପ୍ରତିନିଧି ମଣ୍ଡଳୀ ଆଜି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ରାଷ୍ଟ୍ରୀୟ ବିକାଶ ସେନା ର ଆବାହକ ତଥା ଅଧକ୍ଷ ଶ୍ରୀ କେ ବାଲାରାଜୁ ଆଚାରି ଙ୍କ ସହିତ ସମ୍ପାଦକ ମନୋରଞ୍ଜନ ସାସମଲ , ପଦ୍ମନାଭ ପୃଷ୍ଟି, ଶତ୍ରୁଘ୍ନ ସେଠୀ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଦାବିପତ୍ର ରେ ଉଲ୍ଲେଖ ରହିଛି ଯେ, ମୃତ ବଣ୍ଡା ଶ୍ରମିକ ମାନଙ୍କ ପରିବାର ବର୍ଗଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସହିତ ପାଞ୍ଚ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ। ତା ସହିତ ଜିଲ୍ଲାରୁ କେତେଜଣ ବଣ୍ଡା ଶ୍ରମିକ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି ତାର ବି ଜିଲ୍ଲା ଶ୍ରମ ବିଭାଗ ଦ୍ବାରା ଅନୁଧ୍ୟାନ କରିବାକୁ ସେନା ର ଆବାହକ ଶ୍ରୀ କେ ବାଲାରାଜୁ ଆଚା ରି ଦାବୀ କରିଛନ୍ତି। ଏବଂ ବଣ୍ଡା ବିକାଶ ସଂସ୍ଥା ଦ୍ଵାରା ବଣ୍ଡା ଜନଜାତିର ବିକାସ ପାଇଁ କଣ ସବୁ ପଦକ୍ଷେପ ନିଆ ଯାଉଛି ଏବଂ କେଉଁ ବାବଡରେ ସଂସ୍ଥା କେତେ ଟଙ୍କା ବ୍ୟୟ କରିଛି ତାର ସବିଶେଷ ତଥ୍ୟ ସାର୍ବଜନୀନ କରାଯାଉ ବୋଲି ସେନା ତରଫରୁ ଦାବୀ କରାଯାଇଛି।

bijaya nanda reporter

Leave a Reply

Your email address will not be published. Required fields are marked *