ନୂତନ ସଂସଦ ଗୃହକୁ ମିଳିପାରେ ନୂଆ ନାମ

ଦିଲ୍ଲୀରେ ନୂଆ ସଂସଦ ଗୃହ ପ୍ରସ୍ତୁତ ହୋଇସାରିଛି । ଏହାର ଉଦଘାଟନ ମେ 28 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହି ବିଲଡିଂ ଅନେକ ଉପାୟରେ ସ୍ୱତନ୍ତ୍ର ରହିଛି । ଏଥିରେ ମହାତ୍ମା ଗାନ୍ଧୀ, ଚାଣକ୍ୟଙ୍କ ସମେତ ବହୁ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଉଦଘାଟନ ପୂର୍ବରୁ ମୋଦୀ ସରକାର ସଂସଦ ଗୃହକୁ ଏକ ନୂତନ ନାମ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି ।

ରିପୋର୍ଟ ଅନୁଯାୟୀ, ନିକଟରେ ମୋଦୀ ସରକାର ‘ରାଜପଥ’ର ନାମକୁ ବଦଳାଇ କର୍ତ୍ତବ୍ୟ ପଥ କରିଥିଲେ । ସେହିଭଳି ନୂତନ ସଂସଦ ଗୃହର ନାମ ମଧ୍ୟ ପରିବର୍ତ୍ତନ କରାଯାଇପାରେ । କିନ୍ତୁ ଏପର୍ଯ୍ୟନ୍ତ ନାମ କଣ କରିହ ସେ ନେଇ ପ୍ରକାଶ କରାଯାଇ ନାହିଁ ।

ନୂତନ ସଂସଦରେ ତିନୋଟି ପ୍ରବେଶ ପଥ ରହିବ । ସେଗୁଡ଼ିକର ନାମ ମଧ୍ୟ ଦିଆଯାଇଛି । ସେଗୁ଼ଡ଼ିକ ହେଲା ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଏବଂ କର୍ମ ଦ୍ୱାର । ବର୍ତ୍ତମାନ ଥିବା ସଂସଦର ପ୍ରବେଶଗୁଡିକୁ ସଂଖ୍ୟା ହିସାବରେ ରଖାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ନୂତନ ସଂସଦ ଗୃହର ଉଦଘାଟନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିକଟରେ ଉଦଘାଟନୀ କାର୍ଯ୍ୟକ୍ରମର ଏକ ମକ୍ ଡ୍ରିଲ୍ ମଧ୍ୟ କରାଯାଇଥିଲା । ବିଜେପି ଏହି ନିର୍ମାଣକୁ ଐତିହାସିକ ବୋଲି କହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂତନ ଭବନର ଉଦଘାଟନ କରିବେ । ଏହାକୁ ନେଇ ବିରୋଧୀ ଦଳ ନିଜର ମୋର୍ଚ୍ଚା ଖୋଲିଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ଏହି ଭବନର ଉଦଘାଟନ କରିବା ଉଚିତ୍ । ଯଦି ସେ ନ କରନ୍ତି, ତେବେ ଲୋକସଭା ବା ରାଜ୍ୟସଭା ବାଚସ୍ପତି ଏହା କରିବା ଉଚିତ୍ । ଏ ସମ୍ପର୍କରେ 19 ଟି ଦଳ ମିଳିତ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ସେମାନେ ଉଦଘାଟନୀ ସମାରୋହର ବହିଷ୍କାର କରିବା ନେଇ ଘୋଷଣା କରିଛନ୍ତି ।

ଏହି ନୂତନ ସଂସଦ ଭବନକୁ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ପ୍ରସ୍ତୁତ କରିଛି ଯାହାର ମୂଲ୍ୟ 1200 କୋଟି ରହିଛି । ଏଥିରେ 1224 ସାଂସଦଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି । ଏହା ସହିତ ସମସ୍ତଙ୍କ ଟେବୁଲରେ ଭୋଟ୍ ଏବଂ ପ୍ରକ୍ରିୟା ସମ୍ବନ୍ଧୀୟ ଜିନିଷଗୁଡ଼ିକ ପାଇଁ ହାଇ-ଟେକ୍ ବ୍ୟବସ୍ଥା କରାଯାଇଛି । ନୂତନ ସଂସଦ ଭବନରେ ସେନଗୋଲ ସ୍ଥାପନ କରାଯିବ ।

Leave a Reply

Your email address will not be published. Required fields are marked *