ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର, ଆଜି ଖାରବେଳ ନଗର ଇୟୁନିଟ 3 ଠାରେ ଥିବା ଓଡିଶା ପ୍ରଶାସନିକ ସେବା ସଙ୍ଘ ସମ୍ମିଳନୀ କକ୍ଷରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନୂତନ ରାଜ୍ୟ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥିଭାବେ ଓ 35 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ନୂତନ ନିର୍ବାଚିତ କର୍ମ କର୍ତ୍ତାଙ୍କୁ ଶପଥ ଗ୍ରହଣ କରାଇବା ସହ ସମ୍ବର୍ଦ୍ଧିତ କରିଥିଲେ. ଫେଡେରେସନର ବିଦାୟୀ ସଭାପତି ହୃଦାନନ୍ଦ ଦ୍ବିବେଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନୂତନ ଭାବେ ନିର୍ବାଚିତ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ଚାରୁଲତା ମହାପାତ୍ର ଅନ୍ୟାନ୍ୟ କର୍ମକତାଙ୍କ ସହ ଶପଥ ଗ୍ରହଣ କରିଥିଲେ. ଶିକ୍ଷକ ଫେଡେରେସନର ପୂର୍ବତନ ସାଧାରଣ ସମ୍ପାଦକ ରବୀନ୍ଦ୍ର ଜେନା ଉପସ୍ଥିତ ରହି ନୂତନ କର୍ମକର୍ତାଙ୍କୁ ଶିକ୍ଷକ ସମାବେଶ କରି ଶିକ୍ଷକ ଆନ୍ଦୋଳନକୁ ଜୋରଦାର କରିବାକୁ ଏବଂ ସବୁ ଦାବି ସରକାରଙ୍କ ଠାରୁ ଆଦାୟ କରିବାକୁ ଆହ୍ୱାନ ଦେଇଥିଲେ.ମୁଁ ନବରଙ୍ଗପୁରରେ ରହୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହ କଥାବାର୍ତା କରି ଆଲୋଚନା କରି ରାଜଧାନୀକୁ ଆସି ଶିକ୍ଷକ ମାନଙ୍କ ଦାବି ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରିବା ସହ ସବୁ ଶିକ୍ଷକ ସଂଗଠନକୁ ଗୋଟିଏ ବ୍ୟାନର ତଳକୁ ଆଣିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ଫେଡେରେସନର ନୂତନ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ.ଆଜିର ସମାଜରେ ମହିଳା ମାନେ ସବୁକ୍ଷେତ୍ରରେ ପାରଙ୍ଗମ ମୁଁ ମଧ୍ୟ ଜଣେ ମହିଳା ହୋଇ ଶିକ୍ଷକ ସଂଗଠନର ସାଧାରଣ ସମ୍ପାଦିକା ଦାଇତ୍ୱ ନେଇ ସଂଗଠନକୁ ଆଗକୁ ନେବି ମଜବୁତ କରିବି ସରକାରଙ୍କ ସହିତ ଆଲୋଚନା କରି ସବୁ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି ଓ 2019 କ୍ୟାଡର ରୁଲ ପରିବର୍ତନ କରି ଏଲିମେଂଟାରୀ ନିର୍ଦେଶକ ଶିକ୍ଷକ ମାନଙ୍କ ପ୍ରମୋସନରାସ୍ତା ଯେଉଁଭଳି ବନ୍ଦ କରିଦେଇଛନ୍ତି ତାକୁ ହଟାଇବା ପାଇଁ ଆମେ ସରକାରଙ୍କୁ ସମୟ ଦେଇଛୁ ଓ ଆଶା ରଖିଛି ସରକାର ଖୁବ ଶୀଘ୍ର ଆମ ସହିତ ଆଲୋଚନା କରି ଏ ସମସ୍ୟା ଦୁରକରିବେ ବୋଲି କହିଛନ୍ତି ନୂତନ ସାଧାରଣ ସମ୍ପାଦିକା ଚାରୁଲତା ମହାପାତ୍ର ।

ରିପୋର୍ଟbijaya nanda

Leave a Reply

Your email address will not be published. Required fields are marked *