ଗୁଣି ସନ୍ଦେହରେ କୋଟିନାଡ଼ା ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା

ଗଂଜାମ ଜିଲ୍ଲା , ଆସିକା ନିକଟସ୍ଥ କୋଟିନାଡାଆଙ୍କର-ଗ୍ରାମରେ ଗୁଣି କରି ହତ୍ୟା କରାଯାଉଥିବା ଅଭିଯୋଗରେ କୋଟିନଡା ଥାନା ଆଗରେ ନ୍ୟାୟ ପାଇଁ ଗ୍ରାମର ଶତାଧିକପୁରୁଷ ଓ ମହିଳାଙ୍କ ଧାରଣା। ପୋଲିସ ପକ୍ଷରୁ ଏଥିପ୍ରତି ସତର୍କତା ଅବଲମ୍ବନ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଗ୍ରାମବାସୀ ପକ୍ଷରୁ ଗ୍ରାମ ମଣ୍ଡପରେ ବୈଠକ କରି ଗୁଣିର ସନ୍ଦେହ ଦୂର କରିବା ଶକାଷେ ପ୍ରେତାତ୍ମା ଆସୁଥିବା ମହିଳାଙ୍କୁ ବଡ଼ ତାନ୍ତ୍ରିକ ପାଖରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଅଡ଼ି ବସିଛନ୍ତି।ଅନ୍ୟ ପଟେ ନିର୍ବାଚତ ପ୍ରତିନିଧି ମାନେ ଉପସ୍ଥିତ ରହି ପ୍ରେତାତ୍ମା ମହିଳାଙ୍କୁ ମେଡିକାଲ ନେବା ପାଇଁ କହିଛନ୍ତି। ଏପରି ବାଦ ବିବାଦ ମଧ୍ୟରେ ଗା ପରିସ୍ଥିତି ଏବେ ଅଶାନ୍ତ ହୋଇ ପଡିଛି। ବିଜ୍ଞାନ ମତ ଅନୁସାରେ ଯଦିଓ ଗୁଣି ଗାରେଡି ଆଇନି ସ୍ନମତ ନିହେଁ। ତଥାପି ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇ ପୁଅ ଝିଅ ହରାଇଥିବା ଲୋକଙ୍କ ପରିବାର ଵର୍ଗ ମେଡିକାଲ ବିଜ୍ଞାନ କୁ ଗ୍ରହଣ କରୁନାହାନ୍ତି।ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ କୋଟିନଡା ଗ୍ରାମରେ ବିଗତ କିଛି ବର୍ଷ ହେବ ପାଖା ପାଖି 10 ଉଦ୍ଧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି।ଏହି ସବୁ ମରିବା କଥା ପ୍ରେତ ଶବାର ହୋଇଥିବା ମହିଳାଙ୍କ ଜଣକ କହୁଥିବାରୁ ଲୋକେ ତନ୍ତ୍ର ବିଦ୍ୟା ଉପରେ ବିଶ୍ୱାସ କରୁଛନ୍ତି। ଏଭଳି ଅଡ଼ୁଆ ପରିସ୍ଥିତି କୁ ସମାଧାନ କରିବା ପାଇଁ ଥାନାରେ ଆସିକା ଉପଖଣ୍ଡ ଚିକିତ୍ସା ଅଧିକାରୀ ଆସିକା ଓ କୋଡ଼ିନଡା ଥାନା ଅଧିକାରୀ ଙ୍କ ସମେତ ସଶସ୍ତ୍ର ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଗ୍ରାମରେ ଭୁତ ଶବାର ହେବାର ବିଚିତ୍ର ବିଚିତ୍ର ଦୃଶ୍ୟ ବି ଆମ କେମେରା ଆଗରେ କଦେୟ ହୋଇଛି। ଯାହା ଗ୍ରହଣ ଯୋଗ୍ୟ ନ ହେଲେ ବି ଯାହା ସତ ପରି ଲାଗୁଛି।
Ganjam district reports krushan chandra samantaray