ମୋଦି ସରକାରଙ୍କ ୯ ବର୍ଷ ଶାସନରେ ମୁଣ୍ଡପିଛା ଆୟ ହୋଇଛି ଦୁଇଗୁଣା

ନୂଆଦିଲ୍ଲୀ,୧୧।୫ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗତ ୯ ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୪ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ, ସେତେବେଳେ ଭାରତର ମୁଣ୍ଡପିଛା ଆୟ ବର୍ଷକୁ ୮୬,୪୬୭ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧.୭୨ ଲକ୍ଷକୁ ବୃଦ୍ଧି ପାଇଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ର ସଦ୍ୟତମ ତଥ୍ୟ ଅନୁଯାୟୀ ମୋଦି ସରକାରଙ୍କ ୯ ବର୍ଷ ଶାସନ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି।

ମୁଣ୍ଡପିଛା ଆୟକୁ ଏନଏସଓ ୨୦୨୦-୨୧ ପାଇଁ ୧,୨୭,୦୬୫ ଟଙ୍କା ଏବଂ ୨୦୨୧-୨୨ ପାଇଁ ୧,୪୮,୫୨୪ ଟଙ୍କା ଆକଳନ କରିଛି। ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଆୟ ଗତ ବର୍ଷ ତୁଳନାରେ ୧୫.୮ ପ୍ରତିଶତ ବୃଦ୍ଧି ପାଇଛି। ଏହା ଦର୍ଶାଏ ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମୁଣ୍ଡପିଛା ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।

Leave a Reply

Your email address will not be published. Required fields are marked *