ନାଉଗାଁ ସ୍ଥିତ ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଜ୍ୟୋତିଷ ଦାସଙ୍କ ଅଧ୍ୟକ୍ଷତାରେ ଏହି ସମାରୋହରେ ଆୟୋଜିତ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା, ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟବକ୍ତା ଭାବରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବିଶିଷ୍ଟ ଅତିଥି ଡାକ୍ତର ରାଜଶ୍ରୀ ମଲ୍ଲିକ,ମହନ୍ତ ଚିନ୍ତାମଣି ଦାସ ପର୍ବତ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଉତ୍ତୋରତର ଉନ୍ନତି କାମନା କରିଥିଲେ ।ଏହି ସମାରୋହରେ ପୁରାତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।