ଜାତୀୟ ଭୋଟର ଦିବସ ଅବସରରେ ଗଣଦୌଡ଼ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଜାତୀୟ ଭୋଟର ଦିବସ ଅବସରରେ ବାଲିଗୁଡା ରେ ଯୁବ ଭୋଟର କୁ ସଚେତନତା ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଛି | ବାଲିଗୁଡା ଉପଖଣ୍ଡ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଆଦିବାସୀ ମହାବିଦ୍ୟାଳୟ ନିକଟରୁ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଜାତୀୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |

ଏଥିରେ ତିନିଶହ ରୁ ଉର୍ଧ୍ଵ ଯୁବକ ଯୁବତୀ ଗଣଦୌଡ଼ ରେ ସାମିଲ ହୋଇ ଥିଲେ | ଜାତୀୟ ଭୋଟର ଦିବସ ପାଇଁ ଯୁବ ଭୋଟର ଶପଥ ପାଠ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ସହକାରୀ ଜିଲ୍ଲାପାଳ ରୂପକକୁଜର, ଉପଖଣ୍ଡସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସମେତ ସରକାରୀ କର୍ମଚାରୀ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *