ନିରାଡ଼ମ୍ବର ଭାବେ ପାଳନ ହେଲା ମହାପ୍ରଭୁଙ୍କ ନୀତି-କାନ୍ତି…

ଭଦ୍ରକ: ୧୨/୭- ଆଜି ହେଉଛି ବିଶ୍ଵନିଅନ୍ତାଙ୍କ ବିଶ୍ଵାପ୍ରସିଦ୍ଧ ରଥଯାତ୍ରା, ମହାମାରୀ କରୋନା ଗତବର୍ଷ ରଥଯାତ୍ରାକୁ ଫିକା କରିଥିବା ବେଳେ ଏବର୍ଷ ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମାନି ସାରାରାଜ୍ୟରେ କୌଣସି ସ୍ଥାନରେ ରଥଯାତ୍ରା ନ ହୋଇ କେବେଳ ପୁରୀରେ, କରୋନା କଟକଣାକୁମାନି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଘୋଷ ଯାତ୍ରା ସମ୍ପାଦନ କରାଯାଇଛି |
ଆଜି ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ସରକାର ଓ ସର୍ବୋଚ୍ଚ ନ୍ୟାୟଳୟ ଙ୍କ ଆଦେଶ ମାନି ରଥଯାତ୍ରାକୁ ବନ୍ଦ କରାଯାଇଛି କିନ୍ତୁ ମହାପ୍ରଭୁଙ୍କୁ କୋରୋନା କଟକଣା ମାନି ସେବାୟତଙ୍କ ଜରିଆରେ ସମସ୍ତ ନୀତିକାନ୍ତି ସାରି ଯେପରିକି ମଇଲମ, ତଡପ ଲାଗି, ରୋଷ ହୋମ,ଆଜ୍ଞାମାଳ ଗମନ,ଅସ୍ଥାନ ପୂଜା ଆଦି ନୀତି ସାରି ସଂଧ୍ୟା ୫ : ୧୫ ରେ ସିଂହାସନରୁ ଆଣି ପହଣ୍ଡି ବିଜେ କରି ସନ୍ଧ୍ୟା ୫:୨୦ ରେ ଛେରା ପହଁରା ସାରି ନୂତନ ଗୁଣ୍ଡିଚା ମନ୍ଦିରକୁ ସଂଧ୍ୟା ୫:୪୦ ରେ ଗମନ କରିଥିଲେ ମହାପ୍ରଭୁ , ସମସ୍ତ ନୀତି ସେବାୟତଙ୍କ ଦ୍ୱାରା କରୋନା କଟକଣାକୁ ମାନି ପାଳନ କରି କରାଯାଇଥିଲା |

Leave a Reply

Your email address will not be published. Required fields are marked *