ନବରସର ନାୟକ ଥିଲେ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ

Date-27/05/25*ଜଗତସିଂହପୁର ନବରସର ନାୟକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ୯୭ତମ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦର୍ ଉପଦେଷ୍ଟା ସୁରେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେମୁଖ୍ୟ ଅତିଥି ଭାବେ ଜଗତସିଂହପୁରର ମାନ୍ୟବର ବିଧାୟକ ଅମରେନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଅବସରପ୍ରାପ୍ତ ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ, ସମ୍ପାଦକ ତପନ ରାଉତରାୟ, ରଘୁନାଥପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ରଚ୍ଚତ ପାତ୍ର, ପୌରପରିଷଦ ଅଧ୍ୟକ୍ଷା ଅର୍ଜନା ସିଂ, ସ୍ଥାନୀୟ ସରପ ମିନତୀ ଜେନା, ସମିତି ସଭ୍ୟ ଦୀପକ ସ୍ଵାଇଁ ପ୍ରମୁଖ ଯୋଗ ଦେଇ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ସ୍ମୃତିକୁ ମନେ ରଖୁବା ପାଇଁ ଏଭଳି ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ପୂଜ୍ୟ ପୂଜା କ୍ଷେତ୍ରରେ ବ୍ୟତିକ୍ରମକୁ କୈାଣସି ପରିସ୍ଥିତିରେ ପ୍ରଶୟ ଦିଆଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଆଲୋଚନାରେ ଭାଗନେଇ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଯଥାର୍ଥରେ ନବରସର ନାୟକ ଥିଲେ ବୋଲି କହିଥିଲେ ।ଏହି ପରିପ୍ରେକ୍ଷୀରେ ଆର୍ତ୍ତବନ୍ଧୁଙ୍କ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଟ୍ୟକାର କୈଳାସ ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ ବିନୋଦ ରାଉତ, ଖଳନାୟକ କାହ୍ନା ସ୍ଵାଇଁ, ଶ୍ରେଷ୍ଠ ଅଭିନେତା ବ୍ରଜବିହାରୀ ନାୟକଙ୍କ ସମେତ ୨୦ ଜଣଙ୍କୁ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।