ମେଳାର ଉଦ୍ଦେଶ୍ୟ ସରକାର ଲୋକ ଙ୍କ ନିକଟରେ ପହଞ୍ଚିବା

ପୁରୀ ୨୨/୧୧ ରାଜ୍ୟର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ।ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି।ଏହି ଯୋଜନା ଓ ବ୍ୟବସ୍ଥା ସବୁ କୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏହି ଭଳି ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ଆଜି ଅପରାହ୍ନ ରେ ଶରଧାବାଲି ଠାରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ମେଳାର ଉଦଯାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୨୩ ବର୍ଷ ତଳର ଓଡିଶା ଓ ଆଜିର ଓଡିଶା ମଧ୍ୟର ଆକାଶ ପାତାଳ ପ୍ରଭେଦ ବୋଲି କହି ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।ଆଜି ଖାଦ୍ୟ ଶଷ୍ୟ ଉତ୍ପାଦନ ରେ ଓଡିଶା ବଳକା ରାଜ୍ୟ।୧୨ ଟି ରାଜ୍ୟ କୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଯୋଗାଉଛି।ଏହା ଚାଷୀମାନ ଙ୍କ ଚେଷ୍ଟା, ନିଷ୍ଠା ଓ ପରିଶ୍ରମ ର ଫଳ ବୋଲି ମତ ଦେଇ କୃଷକ ମାନଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଚାଷୀ ଙ୍କୁ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷକ ମାନଙ୍କୁ ସମସ୍ତ ସୁବିଧା ପାଇଁ ପ୍ରଶାସନ ତତ୍ପର ଅଛି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୂପ ପରାମର୍ଶ ଦିଆଯାଇଛି ବୋଲି କହିଥିଲେ।ପରେ ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସମ୍ବର୍ଦ୍ଧନ। ଓ ପୁରସ୍କାର ପ୍ରଦାନ କରଯାଇଥିଲା ।ସେମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି ମେଳାକୁ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ଶରତ କୁମାର ବେହେରା ଓ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବିଭୁତି ରଞ୍ଜନ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିଲା । ଏହି ମେଳାରେ ଡା: ଜଗବନ୍ଧୁ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡା: ନୃସିଂହ ଚରଣ ସାହୁ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଡା: ଗଙ୍ଗାଧର ଲେଙ୍କା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇଥିଲେ ।