ଆରମ୍ଭ ହେଲା ରଘୁନାଥପୁର ମାଘି ମେଳା ଯାତ୍ରା ଉତ୍ସବ।

ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ମାଘି ମେଳା ଯାତ୍ରା ଆରମ୍ଭ ହୋଇଯାଇଛି l ଫେବୃଆରୀ 17 ତାରିଖ ସୋମବାର ଦିନ ସନ୍ଧ୍ୟା ରେ ଉଦଘାଟନ ହୋଇଯାଇଛି, ଏବଂ ଏହି ମେଳା ଏକ ସପ୍ତାହ ଧରି ଚାଲୁ ରହିବ, ବୋଲି ନାରାୟଣ ଯୁବକ ସଂଘ କର୍ମ କର୍ତ୍ତା ଙ୍କ ପକ୍ଷ ରୁ ପ୍ରକାଶ ପାଇଛି l ଏହି_ ଉଦଘାଟନ ଉତ୍ସବ ର ସଭା ରେ ବରିଷ୍ଠ ଶିକ୍ଷକ ଜୟ ପ୍ରକାଶ ପଣ୍ଡା ସଭା ପରିଚାଳନା କରିଥିଲେ, ମୁଖ୍ୟ ଅତିଥି ରଘୁନାଥପୁର ଆଇ ଆଇ ସି ସୁଶାନ୍ତ କୁମାର ସେଠୀ,ରଘୁନାଥପୁର ସରପଞ୍ଚ ସୁଚିତ୍ରା ପଣ୍ଡା, ଏବଂ ମୁଖ୍ୟ ବକ୍ତା ରଘୁନାଥପୁର ବିଦୁତ ବିଭାଗ ର ଏସ୍ ଡି ଓ ବିଶ୍ୱରଂଜନ ଦେଉରୀ, ସଂମ୍ମାନିତ ଅତିଥି ଭାବେ ରଘୁନାଥପୁର ଅଗ୍ନୀ ସେବା ଅଧିକାରୀ ବିଶ୍ୱରଂଜନ ବାସକେ, ମlଘି ମେଳା ଯାତ୍ରା କମିଟି ର ସଭାପତି ଓ ସମାଜ ସେବୀ – ଚନ୍ଦ୍ର କାନ୍ତ ପଣ୍ଡା, ଏବଂ ସମ୍ପାଦକ ରାଜକିଶୋର ଦାସ, କୋଷାଦକ୍ଷ କିଶୋର କୁମାର ଗୁଇଁ ଏବଂ ସମସ୍ତେ ମlଘି ମେଳା ଯାତ୍ରା କମିଟି ର କର୍ମ କର୍ତ୍ତା ଉପସ୍ଥିତ ଥିଲେ.ଏହି ମେଳା ରେ ଚାରି ସହରୁ ଉର୍ଦ୍ଧ ଦୋକାନ ପଡିଥିବାର ଦେଖିବାକୁ ମିଳିଛି l ଏବଂ ଏଠାରେ ତିନି ଦିନ ଧରି ରାତିରେ ଯାତ୍ରା ଚାଲୁ ରହିବ ବୋଲି କମିଟି ପକ୍ଷ ରୁ ପ୍ରକାଶ କରାଯାଇଛି l

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *