ଆଗରପଡ଼ା ଡିଫେନ୍ସ ଏକାଡେମୀ ଏବଂ ଏସ.ଆଇ.ଇ.ଏସ୍ ମିଳିତ ସହଯୋଗରେ ଗଣଦୌଡ ଅନୁଷ୍ଠିତ ।

ଆଗରପଡ଼ା ଡିଫେନ୍ସ ଏକାଡେମୀ , ଏବଂ ଏସ.ଆଇ.ଇ.ଏସ୍ ମିଳିତ ସହଯୋଗରେ ଆଜି ଆଗରପଡ଼ା ଦୁମ୍ ଦୁମା ପଡିଆ ଠାରୁ ଆରମ୍ଭ ହୋଇ ବିସଲକଣା ଇଲେକ୍ଟ୍ରି ଗ୍ରିଡ, ମହିଷଗୋଠ , କୁଆଁଶମଢିଆ, ଟିକିରା ମଧ୍ୟ ଦେଇ ଆଗରପଡ଼ା ଦୁମ୍ ଦୁମା ପଡିଆ ଠାରେ ଗଣଦୌଡ ଶେଷ ହୋଇଛି ।ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ଯୋଗ ଦେଇ ଆଗରପଡ଼ା ଥାନା ଏ.ଏସ୍.ଆଇ ବୃନ୍ଦାବନ ପୃଷ୍ଟି , ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଏସ.ଆଇ.ସି.ଇ କମ୍ପ୍ୟୁଟରର ସମ୍ପାଦକ ଦିବ୍ୟଜ୍ୟୋତି ବେହେରା, ଯୁବ ସମାଜସେବୀ ଗୁଡୁ ମହାପାତ୍ର , ଯୋଗ ଦେଇଥିଲେ । ଏହି ଗଣଦୌଡରେ କେନ୍ଦୁଝର , ବାଲେଶ୍ଵର , ଭଦ୍ରକ ଜିଲ୍ଲାର ଯୁବକ ଯୁବତୀ ଭାଗ ନେଇଥିଲେ , ଗଣଦୌଡ ରେ ଭାଗ ନେଇଥିବା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ପୁରୁଷଣ୍ଢ ପଞ୍ଚାୟତର ତାପସ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେହିପରି ବାଲେଶ୍ୱର୍ ଜିଲ୍ଲା ଖଇରା ବ୍ଲକ୍ ର ଜ୍ଞାନରଞ୍ଜନ ପଣ୍ଡା ଦ୍ଵିତୀୟ ସ୍ଥାନ ଓ ଗୌତମ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏବଂ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ଶ୍ରେଷ୍ଠ ୧୦ ଜଣ ବିଜେତାଙ୍କୁ ଅନୁଷ୍ଠାନ ପକ୍ଷରୁ ସିଲ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏସ.ଆଇ.ସି.ଇ କମ୍ପ୍ୟୁଟର ଏବଂ ଆଗରପଡ଼ା ଡିଫେନ୍ସ ଏକାଡେମିର ସଦସ୍ୟ ଆର.କେ ନାଥ , ସଂଗ୍ରାମ ଖଟୁଆ ,ଦିନେଶ ବେହେରା,ହରେକୃଷ୍ଣ ନାୟକ, ବବୁଲୁ ଦାସ, ଶୁଭମ୍ ସିଂ,ହାପି ରାୟ, ଭାବେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।
*ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।