ରଘୁନାପୁର ଅଞ୍ଚଳରେ ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଠିତ।

ରଘୁନାଥପୁର:-)ରଘୁନାଥପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଶ୍ଵନିୟନ୍ତା ଙ୍କ ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ରଘୁନାଥପୁର ପଞ୍ଚାୟତ ଜଗନ୍ନାଥ ତୋଳା ବଡଦାଣ୍ଡରେ ୨୩୬ ବର୍ଷ ପ୍ରାଚୀନ ଜଗନ୍ନାଥଙ୍କ ଘୋଷଯାତ୍ରାରେ ପ୍ରଭୁଙ୍କୁ ରଥାରୁଢ କରାଯିବା ପରେ ଶିବନ ମିତ୍ର ଛେରାପହଁରା କରିଥିଲେ।ସିଦେଶ ସରକାର,ସୂର୍ଯ୍ୟକାନ୍ତ ସାହୁ,ସୁବ୍ରଜ୍ୟେତି ମହାପାତ୍ର,ସିଦ୍ଧେଶ୍ବର କ୍ଲବ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ରଥଟଣା ହୋଇଥିଲା,ଜଗନ୍ନାଥପୁର ବଜାରରେ ଥିବା ମଦନମୋହନଙ୍କ ରଥଯାତ୍ରାରେ ମଦନମୋହନ ଜେନା,ଶ୍ରୀଜଗନ୍ନାଥଙ୍କ ଦାରୁସ୍ଥଳ ଖରିପଡିଆରେ ଆଇନଜୀବି ଗଗନ ଦାସ ଓ ସାନପାଟଣାରେ ରଞ୍ଜନ କୁମାର ସାହୁ ଛେରାପହଁରା କାର୍ଯ୍ୟ ସମାପନ କରିବା ପରେ ରଥଟଣା ହୋଇଥିଲା।ସେହିପରି କୋଟକଣାରେ ଜଗନ୍ନାଥ ମନ୍ଦିରରେ ଛେରାପହଁରା କରିଥିଲେ ବିଜୟ କୁମାର ବିଶ୍ବାଳ, ଏଥିରେ ସହଯୋଗ କରିଥିଲେ ଜଗବନ୍ଧୁ ବିଶ୍ୱାଳ, ଅଶୋକ ବିଶ୍ବାଳ,ମାନସ ରଞନ ସ୍ବାଇଁ,ଗଗନ ବିଶ୍ୱାଳ, ଉପେନ୍ଦ୍ର ସ୍ବାଇଁ, ରଞନ କୁମାର ସ୍ବାଇଁ, ମାନସ ରଞନ ସ୍ଵାଇଁ, ରାମଚନ୍ଦ୍ର ଜେନା,ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ନାରାୟଣ ଛକ, ଗୋପାଳପୁର(ଚନ୍ଦନ ପୋଖରୀ),ଭାଷିଲିପୁର, ସିର୍ଲୋ ଗୋମତୀଆଶ୍ରମ,ଓଡ଼ପଡ଼ା(ସାନଦେବୀମେଳା), ଅରଙ୍ଗ, ତାରପୁର, ଗୋକୁଳପୁର, ଖଣ୍ଡତରି, ଜଇପୁର ହାଟ,ନାଲିବର, ରେଢୁଆ ହାଟ,ଚିକିଣିଆ, ମାହାଳହାଟ ମୁଗୁରିଆ, ତରିକୁନ୍ଦ,ଗୋଠିଣା, ବାରାଗୋଳ ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସୁଧା ସମସ୍ତ ରଥ ମାଉସୀ ମା ଘରେ ପହଞ୍ଚିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *