ଓଡ଼ିଆ ବିଭାଗର ସଂପାନ ପ୍ରତୀକ କବିତାକୁ ପଲ୍ଲବିତ କରେ
ଭଦ୍ରକ,୩୦ା୭: ଚେତନାର ବ୍ୟାପକତାକୁ ଅତି ସହଜ ଓ ସରଳ ଭାବରେ ଉପସ୍ଥପାନ କରିବାରେ ପ୍ରତୀକର ଭୂମିକା ଗୁରୁତ୍ଵପୂର୍ଣ୍ଣ। କବିତା ବିଶେଷ ଅର୍ଥବୋଧରେ ବିଭୂଷିତ କରିବା ସହିତ କବିତା ସର୍ବୋତ୍କୃଷ୍ଟ ବିଭୂଷଣ ଭାବରେ ପରିଗୃହୀତ ପ୍ରତୀକ କବିତାକୁ ପଲ୍ଲବୀତ କରେ ବୋଲି ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସଂପାନରେ ‘ପ୍ରତୀକବାଦୀ ଆନ୍ଦୋଳନ ଓ ଓଡ଼ିଆ କବିତାରେ ପ୍ରତୀକ ପ୍ରୟୋଗଧାରା’ ଶୀର୍ଷକ ପ୍ରସଙ୍ଗ ଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରି ବିଷୟ ବିଶାରଦ ଭାବରେ ଯୋଗ ଦେଇଥିବା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଡଃ ସନ୍ତୋଷ କୁମାର ନାୟକ ମତବ୍ୟକ୍ତ କରିଥିଲେ। ବିଭାଗମୁଖ୍ୟ ଅଧ୍ୟାପକ ଡଃ ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଂପାନକୁ ମହାବିଦ୍ୟାଳୟର ଅଧ୍ୟକ୍ଷା, କବି ସୁଚିତ୍ରା ପାଣିଗ୍ରାହୀ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅଧ୍ୟାପିକା ଅମୀତାରାଣୀ ବାରିକ ସ୍ବାଗତ ଭାଷଣ ଓ ଅଧ୍ୟାପିକା ମଧୁବ୍ରତା ମଲ୍ଳିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷବର୍ଷର ଛାତ୍ରୀ ବର୍ଷାରାଣୀ ଦାସ, ଲିଲି ମହାଳିକ, ଅନୀତା ଦାସ, ପ୍ରୀତିରାଣୀ ନାୟକ, ସୋନାଲି ସ୍ବାଇଁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ରୂପାଲି ମହାନ୍ତି, ନିବେଦିତା ବାଳାଲିଆ, ଶୁଭଲକ୍ଷ୍ମୀ ସାହୁ ପ୍ରସଙ୍ଗ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ। ଲକ୍ଷ୍ମୀପ୍ରିୟା, ରଶ୍ମିତା, ଧରିତ୍ରୀ, ରୋଜାଲିନ, ମଧୁସ୍ମିତା, କବିତା ପ୍ରମୁଖ ପାଠଚକ୍ର ପରିଚାଳନା କରିଥିଲେ। ସଂପାନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଧ୍ୟାପିକା ଡଃ ସଂଗୀତା ଦାସ, ସୌଦାମିନୀ ରାଉତ, ଗୀତାଞ୍ଜଳି ସାହୁ, ଅଧ୍ୟାପକ ମନୋଜ କୁମାର ସାହୁ, ଜଗନ ଟୁଡ଼ୁ, ରାଜେଶ କୁମାର ପାହାରୀ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପିକା ପ୍ରମିଳା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର