ପ୍ରାଥମିକ ଶିକ୍ଷକ ସଂଘ ଗଣ ଧାରଣାସମୂହ ଛୁଟିନେଲେ ସ୍କୁଲ ରେ ପଡ଼ିଲା ତାଲା

ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ କ୍ରମେ ଧରାକୋଟ ବ୍ଲକ୍ ସମ୍ମୁଖରେ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଗଣ ଧାରଣା ଜାରି ଆଜି ଠାରୁ ସମୂହ ପ୍ରାଥମିକ ଶିକ୍ଷକ ଛୁଟି ନେଲେ ବ୍ଲକ୍ ଶାଖା ସଭାପତି ଶ୍ରୀ ଶୁକ୍ର ବେହେରା ନେତୃତ୍ୱରେ ,୩ଦଫା ଦାବି ନେଇ ଆରମ୍ଭ ହୋଇଥିବା ଏ ଗଣ ଧାରଣା ଆଜି ଠାରୁ ଷଷ୍ଠ ଦିନରେ ପହଂଚିଛି। ପ୍ରାଥମିକ ଶିକ୍ଷା ରୁ ଠିକା ନିଯୁକ୍ତି ଉଛେଦ।ଲେଵୁଲ ଲାଇନ୍ ଗ୍ରେଡ଼ ପେଏ ଲାଗୁ। ଏବଂ ପୁରୁଣା ପେନସନ ପୂର୍ଣ୍ଣ ପ୍ରଚଳନ କରିବା ଦାବି କରି ଏ ଗଣ ଧାରଣା ଜାରି ରହିଛି।ଏ ଗଣ ଧାରଣା ରେ ବ୍ଲକ୍ ସଂଘ ର ସଭାପତି, ଉପସଭାପତି, କୋଷାଧ୍ୟକ୍ଷ, ସହ ସଂପାଦକ, ଉପଦେଷ୍ଟା, ଜିଲ୍ଲା ସଦସ୍ୟ, ବ୍ଲକ୍ ସଂଯୋଜକ । କ୍ରମକତ୍ରା ଙ୍କ ସମେତସ୍ତେ ବ୍ଲକ୍ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଗଣ ଧାରଣା ସାମିଲ ହୋଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ,ଗଣ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଏକ ଦାବି ପତ୍ର ଶିକ୍ଷା ଅଧିକାରୀ କୁ ଦିଆଯାଇଛି।

krushna Chandra samantaray

Leave a Reply

Your email address will not be published. Required fields are marked *