ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ପୁରୀ,10ଡ଼ିସେମ୍ବର -ତପୋବନ ଆଦର୍ଶ ବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ଶିଶୁ ବିହାର ର ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଶ୍ବମ୍ବର ବିଦ୍ୟାପୀଠ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଶ୍ରୀମନ୍ଦିର ଯୁବ ସେବାୟତ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ନାରାୟଣ ତିଆଡିଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁରଜ ମଲ୍ ସାହା ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ହରିହର କର ଯୋଗ ଦେଇଥିଲେ। ଦୁଇଟି ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ସଭାରେ ସଭାପତିତ୍ବ କରିଥିଲେ। ତପୋବନ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ପାଣି ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶ୍ରୀ ଜଗନ୍ନାଥ ଶିଶୁ ବିହାର ର ଅଧ୍ୟକ୍ଷା ସଂଯୁକ୍ତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳା ର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଡକ୍ଟର ଆଚାର୍ଯ୍ୟ କହିଥିଲେ।ଉଦଘାଟନ ସମାରୋହ କୁ ସମ୍ବୋଧନ କରି ଶ୍ରୀଯୁକ୍ତ ତିଆଡି କହିଲେ ଭବିଷ୍ୟତ ରେ ଏହି ପିଲା ମାନେ ରାଜ୍ୟ ତଥା ଦେଶ ର ଟେକ ରଖିବେ।ଆଜିର କୁନି ପ୍ରତିଯୋଗୀ, ଆସନ୍ତା କାଲି ଦେଶର ଗର୍ବ ହେବ | ପୁରୀ ସହର ର ସୁନାମ ଏମାନଙ୍କ ହାତରେ ରହିଛି ।

ଆମ ରାଜ୍ୟ ରୁ ଅନେକ କ୍ରୀଡାବିତ୍ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଅଧ୍ୟାପକ ହରିହର କର ପିଲାମାନଙ୍କୁ ଯୋଗ୍ୟ କରିବାବୁ ହେଲେ ପିତା ମାତା ଙ୍କ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ।ତେଣୁ ପିଲାମାନଙ୍କୁ ଘର ଓ ବାହାରେ ସମସ୍ତ ଉଦ୍ୟମ କରିବା ପାଇଁ ସେ କହିଥିଲେ।ଏହାପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟ କ୍ରମ କୁ ଦିନମଣି ବଳ,ପ୍ରକାଶ ଚନ୍ଦ୍ର ଦାସ, ପ୍ରଭାତୀ ମିସ,ଜ୍ୟୋତିମିସ, ସୌଭାଗିନି ମିସ ,ପ୍ରତିମା ମିସ , ଲକ୍ଷ୍ମୀଧର ବାରିକ, ସୁଜାତା ମିସ, ଲକ୍ଷ୍ମୀ ମାଉସୀ,ରେବତୀ ମାଉସୀ, ଶଶି ମାଉସୀ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *