ସବୁଜ ସଚେତନତା ପଦଯାତ୍ରା ର ଦ୍ୱିତୀୟ ଦିନ ।

ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ବ୍ୟାପି ଅନୁଷ୍ଠିତ ସବୁଜ ସଚେତନତା ପଦଯାତ୍ରା ଆଜି ୧୯/୦୭/୨୧ ଦିନ ଓଡ଼ଙ୍ଗା ରଘୁନାଥ ପୀଠରୁ ପଦଯାତ୍ରା ଆରମ୍ଭ କରି ଆଜି ଦ୍ୱିତୀୟ ଦିନରେ ପହଂଚିଚି । ଓଡ଼ଙ୍ଗା ଏନେସିର ପ୍ରତି ଘର ଘର ବୁଲି ୩୦୦୦ ରୁ ଉର୍ଦ୍ଧ ପିଜୁଳି ,ଲେମ୍ବୁ ,ଅଁଳା , ଡାଳିମ୍ବ ଚାରା ବଣ୍ଟନ କରାଯାଇଛି ।ଫାଉଣ୍ଡେସନର ଅଧକ୍ଷ ମନୋଜ କୁମାର ସାହୁଙ୍କ ପୌରହିତ ରେ ଏହି କାର୍ଯ୍ୟ ସମ୍ପର୍ଣ ହୋଇ ଥିଲା ।ଏହି କାର୍ଯ୍ୟକ୍ରମକୁ ପବ୍ଲିକ ରାଇଟସ asuastion ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ ର ହାତ ବଢ଼ାଇ ଥିଲେ ,,ଯଥା asuastion ଓଡ଼ଙ୍ଗା ବ୍ଲକ ସଭାପତି ବିଦ୍ୟାଧର ଦାସ , ସମ୍ପାଦକ ,ଭଗିରଥି ଜେନା ,ମହିଳା ଶାଖା ସଭାନେତ୍ରୀ – ଜଲୀଦାସ , ରାଜଲକ୍ଷ୍ମୀ ସେନାପତି , ନମିତା ଜେନା ,ନଳିନୀ ସାହୁ ,ଶାନ୍ତିଲତା ଜେନା , ଏବଂ ଫାଉଣ୍ଡେସନର ସମ୍ପାଦକ ଉମେଶ ଚନ୍ଦ୍ର ପଟନାୟକ ,ବସନ୍ତ କୁମାର କର ,ସନ୍ତୋଷ ମିଶ୍ର , ପୂର୍ଣ୍ଣ ପାଣିଗ୍ରାହୀ ,ଗିରିଜା ମହାନ୍ତି , ସିନି ନାୟକ ,ରାଜ ମଳିକ ,ନିର ରାଉତ , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଓଡ଼ଗାଁ ଡାକ୍ତରଖାନା ପରିସରରେ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟଅତିଥି ଭାବେ,ସମାଜ ସେବୀ ବିନୋଦିନୀ ମହାନ୍ତି ,କଳାକାର ରବୀନ୍ଦ୍ର ରାଉତ ,ବିମଲ ଦାସ ଯୋଗ ଦେଇଥିଲେ। ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ କହିଥିଲେ ୧୯ ଠାରୁ ୨୯ ଦୀର୍ଘ ୧୦ ଦିନ ଧରି ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯିବ ।

Leave a Reply

Your email address will not be published. Required fields are marked *