ଶ୍ରୀମନ୍ଦିରରେ ପହଞ୍ଚିଲା ରୂପା
ପୁରୀ :୯/୭- ଶ୍ରୀମନ୍ଦିର ରୂପାଦ୍ୱାର ଛାଉଣୀ ପାଇଁ ଜନୈକ ଦାତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରୂପା ଆସି ଆଜି ପହଁଚିଛି।ଏସମସ୍ତ ରୂପା ଶ୍ରୀମନ୍ଦିର ଭକ୍ତ ନିବାସର ସିଲ କୋଠରୀରେ ରଖାଯାଇଛି। ପ୍ରଥମେ ଚାରୋଟି ଦ୍ୱାର ହେବ ରୂପାଛାଉଣୀ। ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ।ଏହାର ଡିଜାଇନ ଚୁଡାନ୍ତ ହୋଇଛି।କବାଟ କାମ ସରିବା ଉପରେ।ତାପରେ ରୂପାଛାଉଣୀ କରାଯିବ। ପ୍ରାୟ ୧୫ ଜଣ କାରିଗର ଏହି କାର୍ଯ୍ୟ କରିବେ। ନିଳାଦ୍ରୀ ଭକ୍ତ ନିବାସରେ ଏହି କାର୍ଯ୍ୟ କରାଯାଉଛି।ଏଥିପାଇଁ ଆବଶ୍ୟକ ବର୍ମାଟିକ୍ କାଠ ପହଞ୍ଚି ସାରିଛି। କବାଟ ଓ ରୂପା ଛାଉଣୀ ତତ୍ୱବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି। ମୂଳ ଦ୍ଵାରର ଡିଜାଇନ୍ ଅକ୍ଷୁର୍ଣ୍ଣ ରହିବା ସହ ଉତ୍କଳୀୟ କଳାସ୍ଥାପତ୍ୟର ଡିଜାଇନ୍ ମଧ୍ୟ ସ୍ଥାନ ପାଇବ।ଏଏସଆଇ ଠାରୁ ଅନୁମତି ଅଣାଯିବା ପରେ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପୂର୍ବରୁ କହିଥିଲେ। ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୂପା ଦାନସୂତ୍ରରେ ଯୋଗାଇଛନ୍ତି। ।ରୂପାଦ୍ୱାର ଛାଉଣୀରେ ୧୩୪୫କେଜି ରୂପା ଦାନସୂତ୍ରରେ ମିଳିଛି। ତେବେ ପ୍ରାୟ ୨ ଟନ ରୂପା ବ୍ୟବହୃତ ହେବ। ପରୀକ୍ଷାମୂଳକ ଭାବେ ତିନିଦ୍ୱାର ରୂପା ଛାଉଣୀ ସରିବା ପରେ କଳାହାଟ ଓ ଅନ୍ୟ ୪ ପାର୍ଶ୍ଵଦେବାଦେବୀ ମନ୍ଦିରର ରୂପା ଛାଉଣୀ ହେବ।