ନିର୍ଯ୍ୟାତିତା ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ।

ବନ୍ତ,୨୨/୭:ଆଗରପଡ଼ା ଥାନା ଅନ୍ତର୍ଗତ ଚାରିଗାଁ ଗ୍ରାମର ସ୍ୱର୍ଗତଃ ଭଗବାନ କଟୁଆଳଙ୍କ ଝିଅ କବିତା (୨୦)ବୈଦିକ ରିତିରେ ଏହି ଥାନା ଅନ୍ତର୍ଗତ ଅଣିଜୋ ଗ୍ରାମର ପର୍ଶୁରାମ ବେହେରାଙ୍କ ପୁଅ ଜିତେନ୍ଦ୍ର(୨୫)ଙ୍କୁ ସ୍ଥାନୀୟ ତାରିଣୀ ମନ୍ଦିରରେ ଗତ ୨୦୧୯ ମସିହା ଜୁଲାଇ ମାସରେ ବିବାହ କରିଥିଲେ । ଶ୍ୱଶୂର ଘର ନିର୍ଯ୍ୟାତନା ଅସହ୍ୟ ହେବାରୁ କବିତା ବାପ ଘରେ ରହୁଛନ୍ତି ଓ ଶ୍ୱଶୂର ଘରକୁ ଆଉ ନଯିବା ପାଇଁ ମନସ୍ଥ କରି ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଏହାକୁ ଗୁରୁତ୍ୱ ନଦେବାରୁ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିଥିଲା । ମାତ୍ର ପୋଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା ଓ ସମସ୍ତ ଯୈାତୁକ ସାମଗ୍ରୀ ଉଦ୍ଧାର କରିବାରେ ବିଫଳ ହେବାରୁ ଶେଷରେ ଗୁରୁବାର ଦିନ କବିତା ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ; ବିବାହ ସମୟରେ ବର ପକ୍ଷ ଦାବି ମୁତାବକ ଆବଶ୍ୟକୀୟ ଯୈାତୁକ ସାମଗ୍ରୀ ଓ ଟଙ୍କା କନ୍ୟା ପକ୍ଷ ଦେଇଥିଲେ । ବିବାହର ୩ ମାସ ପରେ ଆହୁରି ଅଧିକ ୫୦ ହଜାର ଟଙ୍କା ଯୌତୁକ ଆଣିବାକୁ ବାରମ୍ବାର ଶ୍ୱଶୁର ଘର ଲୋକେ କବିତାକୁ ବାଧ୍ୟ କରୁଥିଲେ । ମାତ୍ର ଏଥିରେ ସେ ଅସମର୍ଥ ହେବାରୁ ତାକୁ ନାନାଦି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିଲା । ବିଭିନ୍ନ ସମୟରେ ତାଙ୍କ ସ୍ୱାମୀ ଟେକା ଛାଟିବା, କତା ଛାଟିବା ତଥା ହାତ ପାପୁଲିକୁ ଶିଳପତାରେ ଛେଚିବା ଆଦି ନୃଶଂସ କାର୍ଯ୍ୟ କରୁବାରୁ କବିତା ଅନେକ ଥର ଆହତ ହୋଇଛନ୍ତି । ତଥାପି କର୍ମକୁ ଆଦରି କବିତା ଶ୍ୱଶୁର ଘରେ ରହିଥିଲେ । ଗତ ଡ଼ିସେମ୍ବର ମାସରେ କବିତାକୁ ତକିଆ ପକାଇ ଓ କିରୋସିନ ଢାଳି ଜୀବନରୁ ମାରି ଦେବାକୁ ମଧ୍ୟ ସ୍ୱାମୀ ଉଦ୍ୟମ କରିଥିଲେ ବୋଲି ଥାନାରେ ସେ ଅଭିଯୋଗ କରିଥିଲେ । ଗତ ଜାନୁଆରୀ ମାସ ୨ ତାରିଖରେ ତାଙ୍କ ସ୍ୱାମୀ ଆସି କବିତାଙ୍କ ମୁ୍‌ଣ୍ଡରୁ ସିନ୍ଦୁର ଲିଭାଇ ଦେବା ଓ ହାତରୁ ଶଂଙ୍ଖା ଚୁଡ଼ି ଭାଙ୍ଗି ଦେଇ ତାଙ୍କୁ ବିଷ ପିଆଇ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *