ଜଗତସିଂହପୁର ଜିଲ୍ଲା ବିଜେଡି ର ସଭାପତି ପଦକୁ ନେଇ କିଛି ଦିନ ହେବ ଲାଗିଥିବା କଳ୍ପନା ଜଳ୍ପନା ର ଅନ୍ତ ଘଟିଛି ।

ଜଗତସିଂହପୁର ଜିଲ୍ଲା ବିଜେଡି ର ସଭାପତି ପଦକୁ ନେଇ କିଛି ଦିନ ହେବ ଲାଗିଥିବା କଳ୍ପନା ଜଳ୍ପନା ର ଅନ୍ତ ଘଟିଛି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ଦୁଇ ଥର ବ୍ଲକ ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ରବିନାରାୟଣ ଜେନାଙ୍କୁ ସଭାପତି ଓ ବାଲିକୁଦାର ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦଳ ତରଫରୁ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି । ତେବେ ଜିଲ୍ଲା ବିଜେଡି ସଭାପତି ଥିବା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ଯୋଗୁଁ ତାଙ୍କୁ ଜିଲ୍ଲା ସଭାପତି ପଦ ଛାଡିବାକୁ ପଡିଥିଲା । ତେବେ ତାଙ୍କ ସ୍ଥାନରେ ଦଳର ସଭାପତି କିଏ ପାଇବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଆଜି ଦଳ ପକ୍ଷରୁ ନେତା ଓ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଆଗାମୀ 2024 ନିର୍ବାଚନ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।