ପୋଖରୀ ରେ ବୁଡି ଗଲେ ଛାତ୍ର

ପୋଖରୀ ରେ ବୁଡି ଗଲେ ଛାତ୍ର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ପଞ୍ଚାୟତ ର ଅସୁରା ଗ୍ରାମ ରେ ଜଣେ ଛାତ୍ର ଙ୍କ ମୃତ୍ଯୁ ଘଟିଛି ସେ ପୋଖରୀରେ ପଡି ଜୀବନ ହାରିଛନ୍ତି ସମ୍ପୃକ୍ତ ଛାତ୍ର ଜଣକ ହେଲେ ଅସୁରା ଗ୍ରାମ ର ବିଶିଷ୍ଟ ସମାଜସେବୀ ଶଶୀକାନ୍ତ ସାହୁଙ୍କ ପୁତ୍ର ସାଇ ଶୁଭଙ୍କର ପ୍ରାପ୍ତ ସୂଚନା ଅନୁୟାୟୀ ଆଜି ସ୍କୁଲ ଶିଘ୍ର ଛୁଟି ହୋଇ ଯାଇଥିଲା ସାଇ ଶୁଭଙ୍କର ଘରକୁ ଫେରିଲା ପରେ ବିଲରେ କାମ କରୁଥିବା ଶ୍ରମିକଙ୍କ ପାଇଁ ପାଣି ଓ ଖାଦ୍ୟ ନେଇ ଯାଇଥିଲେ ସାଙ୍ଗ ମନୋଜ ସାହୁ ତାଙ୍କ ସହ ଯାଇଥିଲେ ବିଲ ରେ ଖୋଳା ଯାଉଥିବା ଏକ ପୋଖରୀ ହୁଡା ର ମାଟି ଧସି ଯିବା ଫଳରେ ସାଇଁ ଶୁଭଙ୍କର ଙ୍କ ଗୋଡ ଖସି ଯାଇଥିଲା ଓ ସେ ପାଣିରେ ପଡି ଯାଇଥିଲେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ସାଙ୍ଗ ପାଣିରେ ପଡିଯାଇଥିଲେ ପୋଖରୀ ନିକଟରେ ବିଲ କାମ କରୁଥିବା ସେହି ଗ୍ରାମର ଦୀନବନ୍ଧୁ ବିନ୍ଧାଣୀ ଦୌଡି ଆସି ଦୁଇ ସାଙ୍ଗକୁ ଉଦ୍ଧାର କରିଥିଲେ ମଧ୍ଯ ସାଇ ଶୁଭଙ୍କରଙ୍କୁ ଉଦ୍ଧାର କରି ପାରିନଥିଲେ ପରେ ଖବର ପାଇଁ ଗ୍ରାମ ବାସୀ ସେଠାରେ ପହଞ୍ଚି ଗୁରୁତର ଅବସ୍ଥା ରେ ସାଇ ଶୁଭଙ୍କର ଙ୍କୁ ପୋଖରୀରୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ନେଇ ଆସିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଖବର ପ୍ରଚାର ହେବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଗ୍ରାମଞ୍ଚଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ମୃତ ଛାତ୍ର ଙ୍କ ଶବକୁ ଗ୍ରାମ ପରିକ୍ରମା କରି ଅନ୍ତିମ ସଂସ୍କାର କରାଯାଇଛି

punil Kumar Samanta ( reporter )

Leave a Reply

Your email address will not be published. Required fields are marked *