କେନ୍ଦ୍ରାପଡ଼ା ସାମ୍ବାଦିକ ଙ୍କୁ ମାଡ଼ ଘଟଣା, ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ବାମପାଟଣା ପ୍ରେସ୍ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର।

ସ୍ବାମପାଟଣା(ପିଏନ୍ଏସ୍):୨୬/୭- କେନ୍ଦ୍ରାପଡ଼ା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋମବାର ଦିନ ସ୍ବାମପାଟଣା ପ୍ରେସ୍ କ୍ଲବ୍ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ସ୍ବାମପାଟଣା ପ୍ରେସ୍ କ୍ଲବ୍ର ଉପଦେଷ୍ଟା ରାହାସ ବିହାରି ପୃଷ୍ଟି, ସଭାପତି ମହେଶ୍ୱର ପୃଷ୍ଟି, ଉପସଭାପତି ବୀରକିଶୋର ଦାଶ, ଉପସଭାପତି ରଞ୍ଜନ କୁମାର ବାରିକ, ସମ୍ପାଦକ ବିଜୟ ରତ୍ନ ପତି, ସହ ସମ୍ପାଦକ କାମିନୀ କାନ୍ତ ଦ୍ବିବେଦୀ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ମହାନ୍ତି, ସଦସ୍ୟ ସର୍ବଶ୍ରୀ ସନ୍ତୋଷ କୁମାର ପତି,ବିଜୟ କାରୁଆ, ଅଞ୍ଜନ କୁମାର ବେଜ, ନିଶିକାନ୍ତ ବେହେରା, ବସନ୍ତ କୁମାର ମହାନ୍ତି, ଉଗ୍ରସେନ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦୋଷୀ ପୋଲିସ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ ଓ ଗିରଫ କରିବା ଏବଂ ଓଡ଼ିଶାର ସମସ୍ତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସ୍ମାରକ ପତ୍ରରେ ଦାବି କରାଯାଇଛି।