ଦଳ ଖାଇଗଲା ୭ ଲକ୍ଷ ଟଙ୍କା : ଦଳ ଗଡ଼ିଆ ପାଲଟିଛି ଜିଲ୍ଲାର ଏକମାତ୍ର ବୋଟିଂ କ୍ଲବ

ଭଦ୍ରକ, ୧୨l୭ : ଜିଲ୍ଲାର ଏକମାତ୍ର ବୋଟିଂ କ୍ଲବ ଯାହାକି ଚରମ୍ପା ୨ନମ୍ବର ୱାର୍ଡ଼ ରହଣିଆ ଠାରେ ଥିବା ଅମୃତ ପାର୍କ ,ସେ ପୁଣି ଅମୃତ ଯୋଜନାରେ l ଗତବର୍ଷ ଲକଡାଉନ ଜାରୀ ହେବା ପରେ ଏହି ବୋଟିଂ କ୍ଲବଟି ବିଲାତି ଦଳରେ ପରିପୂର୍ଣ୍ଣ ହୋଇ ପରିତ୍ୟକ୍ତ ଅବସ୍ଥାକୁ ଆସି ଯାଇଥିଲା । ପରେ ରହଣିଆ ବୋର୍ଟିଂ କ୍ଲବର ପୁନରୁଦ୍ଧାର ପାଇଁ ପାଖାପାଖି ୭ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହୋଇଥିଲା । ଏହି କାର୍ଯ୍ୟରେ ମୋଟ ୯୩୦ ଜଣ କର୍ମ ନିଯୁକ୍ତି ପାଇ ଥିବାର ମଧ୍ୟ ଉଲ୍ଲେଖ କରାଯାଇଛି l କିନ୍ତୁ ଦୁର୍ଭାଗ୍ୟର ବିଷୟ ଦଳ ସଫା ହେବାର ୬ମାସ ମଧ୍ୟରେ ଏହି ବୋଟିଂ କ୍ଲବଟି ପୁଣି ଦଳ ଗଡ଼ିଆରେ ପରିଣତ ହୋଇ ସାରିଛି । ତେବେ ପ୍ରଶାସନର ଏହା ଉପରେ କେବେ ଦୃଷ୍ଟି ପଡ଼ିବ ତାହା କେବଳ ପ୍ରଶାସନକୁ ଜଣା !