ଟ୍ରାକ୍ଟର ଓଲଟି ଜଣେ ମୃତ , ୨ ଗୁରୁତର

ପାଟଣା – ୧୩/୭ -କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ର ଡିମିରିବେଡା ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ମୃତ୍ୱ ବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଡୁମୁରିଆ ପଞ୍ଚାୟତ କାର୍ଯ୍ୟାଳୟ ରୁ ସ୍ଥାନୀୟ ନୂଆଗାଁ ଗ୍ରାମର ଗରୀବ ହିତାଧିକାରୀ ମାନେ କଣ୍ଟ୍ରୋଲ ଚାଉଳ ନେଇ ଘରକୁ ସମ୍ପୃକ୍ତ ଟ୍ରାକ୍ଟର ରେ ଫେରିଥିବା ବେଳେ ଠାରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଫଳରେ ଘଟଣା ସ୍ଥଳରେହିଁ ଜଣେ ମୃତ୍ୱ ବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇପଡିଥିଲେ। ଗୁରୁତର ଙ୍କୁ ସ୍ଥାନୀୟ ମେଡ଼ିକାଲ ରେ ଭର୍ତି କରାଯାଇଛି।

Leave a Reply

Your email address will not be published. Required fields are marked *