ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର
![](https://teerthkhetra.com/wp-content/uploads/2023/01/IMG-20230130-WA0004-1.jpg)
ଢେଙ୍କାନାଳ– ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଟ୍ରକ ଡ୍ରାଇଭର। ସୂଚନା ମୁତାବକ ଟ୍ରକଟି ତାଳଚେର ରୁ କୋଇଲା ନେଇ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ, ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ କୌଣସି କାରଣ ରୁ ଟ୍ରକ ଟି ଓଲଟି ପଡିଥିଲା। ଫଳରେ ଟ୍ରକ ସହ ସେଥିରେ ଥିବା ଟ୍ରକ ଡ୍ରାଇଭର ଜଣକ ଜୀବନ୍ତ ଜଳି ଯାଇଥିଲେ। ତେବେ ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ ପ୍ରକ୍ରିୟାଆ ଜାରି ରଖିଥିବା ବେଳେ, ଜୀବନ୍ତ ଦଗ୍ଧ ହୋଇଥିବା ମୃତ ଚାଳକଙ୍କୁ ଉଦ୍ଧାର କରିଛନ୍ତି ।ସେପଟେ ଚଳକଙ୍କ ପରିଚୟ ମିଳିପାରିନାହିଁ।