ପ୍ରେସ୍‌ କ୍ଲବରୁ ପାକିସ୍ତାନୀଙ୍କୁ ଧକ୍କା ଦେଇ ବାହାର କଲା ଆମେରିକା

ଶିଂଟନ,୨୪ା୩: ଆମେରିକାରେ କିଛି ପାକିସ୍ତାନୀ ନିଜ ଦେଶକୁ ଅପମାନିତ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ କାଶ୍ମୀରର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ ସେଠାରେ କିଛି ପାକିସ୍ତାନୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ପାଟି କରିବା ଆରମ୍ଭ କରିଥିଲେ। ଯାହା ପରେ ତାଙ୍କୁ ସେଠାରୁ ଧକ୍କା ମାରି ବାହାର କରିଦିଆଯାଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ପାକିସ୍ତାନୀ ଅଧିକାରୀ ଆଲୋଚନା ସମୟରେ ବକ୍ତାଙ୍କୁ ପାଟି କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *