ବଣବୁଦା କାଟି ରାସ୍ତା ସଫା କଲେ ଯୁବଗୋଷ୍ଠୀ
କେନ୍ଦୁଝର – ବର୍ଷା ଦିନ ପାଇଁ ସବୁଠି ଅନାବନା ଗଛ ବଢିବା ସହ ବହୁ ଅସୁବିଧା ହୋଇଥାଏ । ଏହି ଅନାବନା ଗଛ ପାଇଁ ସେଥରେ ସରୀସୃପ ଆଦି ରହି ମନୁଷ୍ୟକୁ କ୍ଷତି ପହଞ୍ଚାଇଥାନ୍ତି । ବର୍ଷା ଦିନେ ସାଧାରଣତଃ ସହରରୁ ଗାଁ ରାସ୍ତା କଡରେ ଏଗୁଡିକ ବଢିବା ଦ୍ୱାରା ଯାତାୟାତର ଅସୁବିଧା ସୃଷ୍ଟି ହୋଇଥାଏ । ଏଭଳି ଅନବନା ଓ ଅଦରକାରୀ ଗଛ ପାଇଁ ମଣ୍ଡୁଆରୁ ସରାସ ସାର୍ବଜନୀନ ରାସ୍ତା ଅବରୋଧ ହୋଇ ରହିଥିଲା । ଉକ୍ତ ରାସ୍ତା କେନ୍ଦ୍ରୀୟ ବିଦ୍ୟାଳୟ, କୋବିଡ଼ ହସ୍ପିଟାଲ, ପରିବହନ ବିଭାଗର ଟେଷ୍ଟିଂ ସେଣ୍ଟର ଆଦିକୁ ଶହ ଶହ ଲୋକ ସହ ଶିରିଷପାଳ ପଞ୍ଚାୟତର ଏକ ମୁଖ୍ୟ ରାସ୍ତା ଭାବେ ପରିଚିତ । କିନ୍ତୁ ଏହି ଅନାବନା ଗଛ ରାସ୍ତା ଅବରୋଧ କରୁଥିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଥିଲା । ଆଜି ସକାଳୁ ସରାସ ଗ୍ରାମର ଡ୍ରିମସ ଯୁବକ ସଙ୍ଘର ସଦସ୍ୟ ମାନେ ଏହି ବଣବୁଦା ସଫା କରିବା ପାଇଁ ଅଣ୍ଟା ଭିଡିଥିଲେ । ସଂଘର ସଭାପତି ସନ୍ତୋଷ ମହାପାତ୍ରଙ୍କ ତତ୍ୱାବଧାନ ରେ ସଦସ୍ୟମାନେ ସକାଳୁ ବଣବୁଦା କାଟି ରାସ୍ତା ଅବରୋଧ ହଟାଇଥଲେ । ଏହି କାର୍ଯ୍ୟରେ ସଙ୍ଘର ବରିଷ୍ଠ ସଦସ୍ୟ ସୁଜିତ ନାଏକ, ଚନ୍ଦନ ନାଏକ, ଲକ୍ଷ୍ମୀଧର ମୁଣ୍ଡା, ସନ୍ତୋଷ ନାଏକ, ସରୋଜ ନାଏକ, ଅଜିତ ନାଏକ, ସାଗର ନାଏକ, ସୌରଭ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଯୁବକ ସଙ୍ଘର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।