ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରୁ ଚୋରି ,ଗୋପ ପୋଲିସ ର ତଦନ୍ତ

ବୁଧବାର ବିଳମ୍ୱିତ ରାତିରେ ଗୋପ ଥାନା ଅନ୍ତର୍ଗତ ପୋଇତରା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରୁ କେତକ ଦୁବୃର୍ତ୍ତ ମନ୍ଦିର ର ତାଲା ଭାଙ୍ଗି ସୁନ ରୁପା ଅଳଙ୍କାର ସହିତ ଦୁଇ ଗୋଟି ଦାନବାକ୍ସ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ ପକ୍ଷରୁ ଗୋପ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି। ମାତ୍ର ଗୋପ ଥାନା ଅଞ୍ଚଳରେ କ୍ରମାଗତ ଭାବରେ ମନ୍ଦିର ଚୋରି ହେଉଥିବା ବେଳେ ପୋଲିସ କୌଣସି ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରିନାହିଁ, ଗୋପ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି ବାବା ନୀଳକଣ୍ଠେଶ୍ଵର ମହାଦେବ ସାପ କାମୁଡିବାରୁ ରକ୍ଷ୍ୟା କରିଛନ୍ତି, ମନ୍ଦିରରୁ ଚୋରି ହେବାକୁ ନେଇ ପୋଲିସ କଣ ଦୃର୍ବତ ମାନଙ୍କୁ ଧରିଛି ନା ବୁଲି ପଲାଇ ଆସୁଛି ତାହାକୁ ଅପେକ୍ଷା।

କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ reporter

Leave a Reply

Your email address will not be published. Required fields are marked *