ସାମ୍ବାଦିକଙ୍କ ଘରୁ ଚୋରି

ରାୟଗଡା ତା ୨୯-୧୦-୨୩ ଚାନ୍ଦିଲିଥାନ ଅନ୍ତର୍ଗତ ଜେକେପୁରୁ , କାଳିଦାସ ଲାଇନି ସ୍ଥିତ ସାମ୍ବାଦିକ ନୀଳାମ୍ବର ମିଶ୍ରଙ୍କଘରୁ ଗତ ରାତିରେ ଚୋରି ହୋଇଛି । ଘର ଚାବି ପକାଇ ଶ୍ରୀ ମିଶ୍ର ସପରିବାର ଭୁବନେଶ୍ୱର ଯାଇଥିଲେ ।କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ସମସ୍ତ ଆଲମିରା ଭାଙ୍ଗିଥିବା ପଡିଶା ଘରୁ ଖବର ପାଇଥିଲେ । ସେ ସଙ୍ଗେ ସଙ୍ଗେ ଚାନ୍ଦିଲି ଥାନା ଅଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇ ଥିଲେ । ଶ୍ରୀ ମିଶ୍ର ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରାଯିବ ବୋଲି ଚାନ୍ଦିଲି ଥାନାଅଧିକାରୀ କହିଥିବା ଜଣା ପଡ଼ିଛି । ଚାନ୍ଦିଲି ଥାନା ଅଂଚଳରେ ଚୋରି ଡକାୟତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନ ଅସୋନ୍ତୋଷ ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *