ଵେଳାମାର୍ଗରୁ ଷ୍ଟ୍ରିଟ୍ ଲାଇଟ ଚୋରୀ

ର୍କୋଣାର୍କ, ୩/୫ କୋଣାର୍କ -ପୁରୀ ଵେଳାମାର୍ଗର ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ମଧ୍ୟରେ ଥିବା ୫୦ଟି ଷ୍ଟ୍ରିଟ୍ ଲାଇଟ୍ ଚୋରୀ ଘଟଣାର ତଦନ୍ତକରି କୋଣାର୍କ ପୋଲିସ ରାମଚଣ୍ଡୀ ଥାନା ଅନ୍ତର୍ଗତ ଵାଙ୍ଗୋର ମୌଜାର କୁଶଭଦ୍ରା ନଦୀ ପଠାରେ ଥିବା କେତେକ ଚିଙ୍ଗୁଡ଼ି ଘେରି ଉପରେ ଗତ ସୋମବାର ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୫ଟି ଷ୍ଟ୍ରିଟ୍ ଲାଇଟ୍ ଜବତ କରିବା ସହିତ ୩ଜଣ ଘେରି ମାଲିକଙ୍କୁ ଉଠାଇ ଆଣି ପଚରାଉଚରା କରିଥିବା ଜଣାପଡିଛି। ଚଢ଼ାଉ ସମୟରେ ୩ଜଣ ଘେରି ମାଲିକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି

ଲାଇଟ୍ ଚୋରୀରେ ସଂପୃକ୍ତ ଯୁଵକମାନଙ୍କଠାରୁ ଘେରି ମାଲିକମାନେ ଚୋରୀ ଲାଇଟ୍ କିଣିଥିବା ପ୍ରକାଶ କରିଛନ୍ତି। ଏହି ଘଟଣାରେ ଚୋରଙ୍କର ଗୋଟିଏ ବଡ଼ ଗୋଷ୍ଠୀ ସଂପୃକ୍ତ ଥିବାରୁ ତଦନ୍ତର ସୁବିଧା ଦୃଷ୍ଟିରୁ ପୋଲିସ ଏବେ କାହାରିକୁ ଗିରଫ ଘୋଷଣା କରିନାହିଁ କିମ୍ଵା ନାମ ପ୍ରକାଶ କରିନାହିଁ। ଗୋଟିଏ ଷ୍ଟ୍ରିଟ୍ ଲାଇଟର ମୂଲ୍ୟ ୧୦ହଜାର ଟଙ୍କାରୁ ଅଧିକ ହୋଇଥିବାରୁ କୋଣାର୍କ ଏନ୍ଏସିକୁ ଏହି ଘଟଣାରେ ୫ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଚଢ଼ାଉ ସମୟରେ ପୋଲିସ ଫୋର୍ସ ସହିତ କୋଣାର୍କ ଥାନା ଏସ୍ଆଇ ଅଶୋକ କୁମାର ଦାଶ, କୋଣାର୍କ ଏନ୍ଏସି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର, ଯନ୍ତ୍ରୀ ଜଗଦୀଶ ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *