ଜଟଣୀ ସହରର ମୁସଲିମ୍ ସମ୍ପ୍ରଦାୟ ଭିତରେ ଘୋର ଅସନ୍ତୋଷ।

ଜଟଣୀ:ଇଦଗାହ ଓ କବରସ୍ଥାନ କୁ ନେଇ ବିରାଟ ବ୍ୟତିକ୍ରମ ଦେଖାଯାଇଛି। ପ୍ରକାଶ ଥାଉକି, ଜଟଣୀରେ ସମୁଦାୟ ୬ ଟି ମସଜିଦ୍। ସେଥି ଭିତରୁ ଗୋଟିଏ ମସଜିଦ୍ ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ କବଜାରେ ଇଦଗାହ ପଡିଆ ଓ କବରସ୍ଥାନ। କତ୍ତୃପକ୍ଷଙ୍କ ତରଫରୁ କିମ୍ବା ମୁସଲିମ ବୁଦ୍ଧିଜିବୀ ମାନଙ୍କ ତରଫରୁ ଯେତେ ବୁଝାମଣାର ର ରାସ୍ତା ବାହାର କଲେ ମଧ୍ୟ ସେହି ପ୍ରତିପତି ବ୍ୟକ୍ତି କୌଣସି ପରିସ୍ଥିତିରେ କର୍ଣ୍ଣପାତ କରୁନାହାନ୍ତି। ବିପକ୍ଷ ୬ ଟି ମସଜିଦ୍ ର ସଦସ୍ୟଙ୍କ କହିବା କଥା, ବର୍ଷ କୁ ଦୁଇ ଥର ପର୍ବ ସମୟରେ ଇଦଗାହ ପଡିଆରେ ନମାଜ ପଢିବା ପାଇଁ ପ୍ରଥା ରହି ଆସିଛି। ତହା କିନ୍ତୁ ସମ୍ବବ ହୁଏ ନାହିଁ ଅନେକ ମୁସଲିମ ମାନଙ୍କୁ ନମାଜ ପଢିବା ପାଇଁ। ସେଥିପାଇଁ ଅନେକ ମୁସଲିମ ଗତ ଅପ୍ରେଲ ମାସର ନିଜ ନିଜ ଘରେ ଆଉ ପାଖ ମସଜିଦରେ ଇଦ୍ ନମାଜ ପାଠ ପଢିଥିଲେ। ସେପଟେ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତି କୌଣସି ଆପତ୍ତି ଅଭିଯୋଗ କୁ ମାନୁ ନାହାଁନ୍ତି ଓ ପୁରାତନ ମୈାଲବୀଙ୍କୁ ମଧ୍ୟ ବେଖାତିର କରୁଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନା କୁ ଆସିଛି। ସେହି ପରିପ୍ରେକ୍ଷୀରେ ୬ ଟି ମସଜିଦ୍ ର ସଦସ୍ୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେତଙ୍ଗକଲୋନୀ ସ୍ଥିତ ଏକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀ ଅବସରରେ ଜଟଣୀର ୬ ଟି ମସଜିଦର କର୍ମକର୍ତାମାନେ କ୍ଷୋଭପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଜଟଣୀ ସହରରେ ରହୁଥିବା ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ ମାନେ ଜଦି ମୃତ୍ୟୁବରଣ କରନ୍ତି ତେବେ ମୃତକଙ୍କ ପରିବାର ଲୋକମାନଙ୍କୁ ବିଭିନ୍ନ ଚାନ୍ଦା ବାବଦରେ ଜୁଲମ କରାଯାଇଥାଏ। ଅର୍ଥାତ ମୃତକ ପରିବାର କବରସ୍ଥାନ, ମସଜିଦ ଓ ଅନ୍ୟାନ୍ୟ ଚାନ୍ଦାପୈଠ କରିବାପରେ ମୃତକଙ୍କ ସଂସ୍କାର କବରସ୍ଥାନରେ କରିବା ପାଇଁ ଅନୁମତି ଦିଆ ଯାଇଥାଏ। ଯାହା ସଂପୁର୍ଣ୍ଣ ବେଆଇନ, ଆଉ ମନମୁଖୀ ସାସନ ବୋଲି କହିଥିଲେ। ଏହା ବ୍ୟତିତ ଜଟଣୀ କୁଦିଆରୀରେ ଥିବା ଛୋଟି ମସଜିଦର ସମସ୍ୟା ଏଠାକାର କାର୍ଯରତ ମୈାଲବୀ ଆଲୋଚନା କରିଥିବାରୁ ଉକ୍ତ ମସଜିଦରୁ ମୈାଲବୀଙ୍କୁ ବିତାଡିତ କରିଥିଲେ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତି ଜଣଙ୍କ। ଛୋଟି ମସଜିଦର ଏହି ମୈାଲବୀ ଦିର୍ଘ ୩୫ ବର୍ଷ ଧରି ଉକ୍ତ ମସଜିଦରେ ସେବା ଯୋଗାଇ ଆସୁଥିବା ବେଳେ ବିନା କାରଣରେ ତାଙ୍କୁ ବିତାଡିତ କରାଯିବା ଘଟଣାକୁ ନେଇ ଅତିଷ୍ଠ ହୋଇଛନ୍ତି ସ୍ଥାନୀୟ ମୁସଲିମ ବାସିନ୍ଦା ମାନେ। ତେଣୁ ଚଳିତବର୍ଷ ଛୋଟି ମସିଜିଦରେ ମୈାଲାନା ସିରାଉଦ୍ଦିନ୍ ନମାଜପାଠ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ୫୦ ବର୍ଷରୁ ଉର୍ଦ୍ଧ୍ୱ ଜଣେ ବ୍ୟକ୍ତି ଇଦଗାହକୁ ନିଜ ଅକ୍ତିଆରରେ ରଖି ନିଜର ସମର୍ଥଙ୍କ ଦ୍ୱାରା ନମାଜପାଠ କରୁଛନ୍ତି। ତେବେ ଏହି ଇଦଗାହରେ ଅନ୍ୟମାନଙ୍କୁ କାହିଁକି ନମାଜପାଠ କରିବାର ସୁଯୋଗ ଦେଉନାହାନ୍ତି। ସେଥିପାଇଁ ଜଟଣୀର ୬ ଟି ଯାକ ମସଜିଦର ସମସ୍ତଙ୍କ ଅଧିକାର ରହିଥିବା ବେଳେ ବର୍ଷ ବର୍ଷଧରି ଜଣେମାତ୍ର ବ୍ୟକ୍ତି ଏକଛତ୍ରବାଦ ଶାସନ ଚଳାଉଥିବା ସେମାନେ ମିଡିଆ ଆଗରେ ଅଭିଯୋଗ କରିଛନ୍ତି। ଗତ ଅପ୍ରିଲ ମାସ ୨୨ ତାରିଖରେ ହୋଇଥିବା ଇଦ-ଉଲ-ଫିତର ନମାଜ ଏହି ଇଦଗାହରେ ପାଠ କରିବାକୁ ସମସ୍ତ ନମାଜିମାନେ ଏକତ୍ରିତ ହୋଇଥିବା ବେଳେ ଏନେଇ ଉତେଜନା ପ୍ରକାଶପାଇଥିଲା। ତେଣୁ ଏହି ଘଟଣା ଜଟଣୀ ଥାନାରେ ପହଁଚିବା ପରେ ଥାନାଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଚଳିତବର୍ଷ ନିଜନିଜ ମସଜିଦରେ ନମାଜପାଠ କରାଯାଇ ନୂତନ କମିଟି ଗଠନ କରିବାକୁ କୁହାଯାଇଥିଲା। ବର୍ତମାନ ଚଳିତମାସ ୨୯ ତାରିଖରେ ଇଦ-ଉଲ-ଜୁହା ଆସୁଥିବାରୁ ଗଠନ ହୋଇଥିବା ନୂତନ କମିଟି ଇଦଗାହରେ ନମାଜପାଠ କରିବାକୁ ସଜବାଜ ହୋଇଛନ୍ତି। ତେବେ ଏହି ନୁତନ କମିଟି ପକ୍ଷରୁ ଇଦଗାହରେ ପୁର୍ବାହ୍ନ ସାଢେ ୭ ଟା ସମୟରେ ନମାଜପାଠ କରିବାକୁ ସ୍ଥିର କରିଛି। ସେପଟେ ପ୍ରତିବର୍ଷଭଳି ବଡିମସଜିଦ ଓ ଅନ୍ୟାନ୍ୟ ମସଜିଦର ନମାଜୀମାନେ ସେହି ଇଦଗାହରେ ନମାଜପାଠ କରିବେ ବୋଲି କୁହା ଯାଉଥିବାରୁ ପ୍ରଥମଥର ପାଇଁ ଉକ୍ତ ଇଦଗାହରେ ସମୟର ତାରତମ୍ୟ ମଧ୍ୟରେ ୨ ଥର ନମାଜପାଠ ହେବ ବୋଲି ଆଶଙ୍କା କରାଯାଇଛି। ଏହାକୁ ନେଇ ଜଟଣୀ ସହରର ବୁଦ୍ଧିଜିବୀମାନେ କହିଛନ୍ତି ଯେ, ନମାଜପାଠ କରାଯାଉ କୈାଣସି ଆପତି ନାହିଁ ହେଲେ କୈାଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ଉପରେ ସଂପୁର୍ଣ୍ଣ ରୋକ ଲଗାଯାଉ। ଅନ୍ୟପକ୍ଷରେ କଟକ ୱାକର୍ଫବୋର୍ଡ ଦ୍ୱାରା ଜଟଣୀ କୁଦିଆରୀ ବଜାରରେ ନୁତନଭାବେ ଅନୁମୋଦିତ ହୋଇଥିବା କମିଟିକୁ ପୁର୍ବରୁ ପରିଚାଳନା କରୁଥିବା ମହଲା କମିଟି ନାପସନ୍ଦ କରିବା ସହିତ କମିଟି ଗଠନ ଉପରେ ଅଙ୍ଗୁଳି ଉଠାଇଛନ୍ତି। ତେଣୁ ଏପରି ସମସ୍ୟାପ୍ରତି ୱାକଫବୋର୍ଡ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସେକ୍ ନିଜାମୁଦ୍ଦିନ, ଏଜାଜ ସିଦ୍ଦିକ୍, ଅବଦୁଲ ଖାଲିକ, କାସିମ ଖାନ୍‌, ଅନୱର ହୁସେନ, ଅସରାର ହୁସେନ, ସକିଲ ଅକତର ଖାନ, ମହମ୍ମଦ ନସିବଉଦିନ, ସତାର ଖାନ, ଅବଦୁଲ ରଜାକ ଖାନ ଙ୍କ ସହିତ ସମସ୍ତ ୬ ଟି ମସଜିଦର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *