ଚାଲିବାକୁ ଭଲ ରାସ୍ତା ନାହିଁ କି ପିଇବାକୁ ପାଣି ନାହିଁ

ପିଇବା ପାଣି ର ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ, ଲୋକେ ଚୁଆଁ ପାଣିରେ ଶୋଷ ମେଣ୍ଟାଉଥିବା ବେଳେ ଏମାନଙ୍କ ଲାଗି ବିଶୁଦ୍ଧ ଜଳ ଯୋଗାଣ କେବେ? କେବଳ ପାଣି ନୁହଁ, ଗାଁ ରୁ ମୁଖ୍ୟ ସଡକ କୁ ସଂଯୋଗ କରୁଥିବା ମାଟି ରାସ୍ତା ଟିକକ ମଧ୍ୟ ସାମାନ୍ୟ ବର୍ଷା ଟିକେ ହୋଇଗଲେ ରାସ୍ତା ର ଅବସ୍ଥା ଦୟନୀୟ ହୋଇପଡୁଛି | ଏଭଳି ଅବହେଳିତ ଗାଁ ଟି ହେଉଛି ଟେଣ୍ଡେକା ଡ଼ଙ୍ଗରି, ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଝରୀଗାଁ ଗ୍ରାମ୍ପଞ୍ଚାୟତ ଅନ୍ତର୍ଗତ ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂର ହେବ ଏହି ଗାଁ , ଗାଁ ରେ ରହିଛି ଚାରି ଚାରୋଟି ନଳକୂପ!ତଥାପି ପିଇବା ପାଣିକୁ ନେଇ ଗାଁରେ ପ୍ରତିବର୍ଷ ସମସ୍ୟା ଦେଖାଦେଇଥାଏ,ଏଠି ଗୋଟେ ପରେ ଗୋଟେ ନଳକୂପ ନିର୍ମାଣ ହେଉଛି କିନ୍ତୁ ଲୋକଙ୍କ ଆବଶ୍ୟକତା କୁ ନେଇ ପାନୀୟ ଜଳର ସ୍ଥାୟୀ ସମାଧାନ ହୋଇପାରୁନାହିଁ,ଲୋକେ ବାଧ୍ୟ ହୋଇ ଗାଁ ମୁଣ୍ଡର ଏକ ଚୁଆଁ ଉପରେ ନିର୍ଭର କରି ଚଳିଥାନ୍ତି, ଗାଁ ରେ ନଦୀ ନାଳ କିମ୍ବା ପୋଖରୀଟିଏ ନଥିବା ବେଳେ ଏଇ ଚୁଆଁ ଏମାନଙ୍କ ଗାଧୁଆ ଠାରୁ ପିଇବା ପାଣି ପର୍ଯ୍ୟନ୍ତ ଏକ ମାତ୍ର ସାହା ଭରସା ହୋଇପଡିଛି | ସରକାରୀ ସୂତ୍ରରୁ ଯାହା କୁହାଯାଉଛି ପଂଚାୟତ ଜରିଆରେ ଗାଁ ରେ ନିର୍ମାଣ କରାଯାଇଥିବା ନଳକୂପ ର ଗଭୀର କେବଳ ଦୁଇଶହ ରୁ ଦୁଇଶହ ପଚାଶ ଫୁଟ ମଧ୍ୟରେ ସୀମିତ ଅଟେ, ହେଲେ ଏଠାରେ ଜଳ ସ୍ତର ନଳକୂପ ଦ୍ୱାରା ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରୁନଥିବା ବେଳେ ସମାନ ଗଭୀର ର ଅଲଗା ଅଲଗା ଜାଗାରେ ଚାରୋଟି ନଳକୂପ ଅର୍ଥାତ ପାଖାପାଖି ଆଠଶହ ଫୁଟ ରୁ ଉର୍ଦ୍ଧ ଖୋଳା ସରିଲାଣି କିନ୍ତୁ ଲୋକଙ୍କ ସମସ୍ୟା ଦୂର ହୋଇପାରୁନି ଯେହେତୁ କି ବାଧ୍ୟ ହୋଇ ଲୋକେ ଚୁଆଁ ପାଣି ପିଇ ଚୁଆଁ ପାଣି ରେ ରୋଷେଇ କରି ଭୋକ ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳିଛି |ରାଜ୍ୟ ସରକାର ଗାଁ ଗାଁ ରେ ବସୁଧା ଯୋଜନାରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗେଇବାର ଦାବି କରୁଥିବା ବେଳେ ଆଦିବାସୀ ବହୁଳ ଏହି ଟେଣ୍ଡେକା ଡ଼ଙ୍ଗରି ଗ୍ରାମବାସୀ ଆଜିବି ଏହି ସୁବିଧାରୁ ବଞ୍ଚିତ ରହିଛନ୍ତି, ଗାଁ କୁ ରାସ୍ତା କୁହନ୍ତୁ କି ପାନୀୟ ଜଳ ଏଭଳି ମୌଳିକ ସମସ୍ୟାରୁ ବଂଚିତ କରି ନେତାମାନେ ପ୍ରତି ନିର୍ବାଚନରେ ଗାଁ କୁ ଆସି ପ୍ରତିଶୃତି ଦେବା ଏକ ପ୍ରକାର ଚିରାଚରିତ ଢଙ୍ଗ ପାଲଟି ଯାଇଥିବା ବେଳେ ପୁଣି ନିର୍ବାଚନ ପାଖେଇ ଆସିଥିବାରୁ ଏଥର କେଉଁ ପ୍ରତିଶୃତି ମିଳିବ ତାକୁ ନେଇ ଗ୍ରାମବାସୀ ଅପେକ୍ଷାରେ |