କଳିଙ୍ଗ ବୀର ଓ ତାମିଲ ଚୋର ଭିତରେ ହେବ ଲଢେଇ

କଳିଙ୍ଗ ବୀର ଓ ତାମିଲ ଚୋର ଭିତରେ ହେବ ଲଢେଇ ଲୋକଙ୍କ ସମସ୍ୟା ନେଇ ଗର୍ଜିଲା ବିଜେପି -ରାଜ୍ୟ ବିଜେପି ପକ୍ଷରୁ ଆଜି ଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଳକ୍ ଘେରାଉ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷିରେ ଆଜି ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଚିବାଳୟ ପର୍ଯ୍ୟନ୍ତ ବର୍ତ୍ତମାନ ଚାଲିଥିବା ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଠାରୁ ଆରମ୍ଭ କରି ପିସି କାରବାର ଚାଲିଥିବା ପ୍ରକାଶ କରିଥିଲେ। ଭତ୍ତା,ରାସନକାର୍ଡ ଠାରୁ ଆରମ୍ଭ କରି,ଶୌଚାଳୟ,ପକ୍କା ଘର ପାଇବା ପାଇଁ ବିନା ଲାଞ୍ଚରେ ଏଭଳି ସୁବିଧା ମିଳି ପାରୁନଥିବା ଅଭିଯୋଗ କରିଥିଲେ। ଅନେକ ଯୋଗ୍ୟ ହିତାଧିକାରୀ ଏଭଳି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହିଥିବା ବେଳେ ମନଇଛା ତାକୁ ବଣ୍ଟନ କରାଯାଉଛି।

ପଞ୍ଚାୟତ କାର୍ଯ୍ୟରେ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ କ୍ଷମତାକୁ ଏକ ପ୍ରକାଣ ହଡପ କରି ଦିଆଯାଇଥିବା ବେଳେ ସେମାନେ ରାଜରାସ୍ତାକୁ ଓହ୍ଳାଇଥିବା ବିଜେପି ନେତା ମାନେ ପ୍ରକାଶ କରିଥିଲେ। ଆଜି ମଧ୍ୟାହ୍ନ ସମୟରେ ଭେଜିପୁଟ ସ୍ଥିତ ଶିବ ମନ୍ଦିର ନିକଟରୁ ବହୁ ବିଜେପି ନେତା ଓ କର୍ମୀ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲେ। ସହର ପରିକ୍ରମା କରିବା ପରେ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଘେରାଉକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ପୁଲିସଫୋର୍ସ ମୁତୟନ କରାଯାଇଥିଲା।ଏଥିରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ,ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ,ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର,ବିନାୟକ ତ୍ରିପାଠୀ,ସାଂସଦ ପ୍ରାର୍ଥି ସୁକାନ୍ତ ପାଣିଗ୍ରାହୀ,କବିରାଜ ବେହେରା,କୃଷକ ମୋର୍ଚ୍ଚାର ପ୍ରଦିପ ସାହୁ,ସରପଞ୍ଚ ରେଶ୍ମା କୁମାରୀ ନାୟକ,ସନ୍ତୋଷ କୁମାର ପାଳଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ଶେଷରେ ବିଡିଓଙ୍କୁ ଦାବିପତ୍ର ଦେବା ବ୍ଳକ ଭିତରକୁ ଯିବା ପାଇଁ ଦାବି କରି କିଛି ସମୟ ପାଇଁ ପୁଲିସ୍ ଓ ବିଜେପି କର୍ମୀ ମଧ୍ୟରେ ଠେଲାପେଲା ହୋଇଥିଲା। ବ୍ଳକ ପରିସରରେ ବିଡିଓ ଅନୁପସ୍ଥିତ ରହିଥିବାରୁ ଦାବିପତ୍ର ନଦେଇ ଫେରି ଯାଇଥିଲେ।

Shiva Shankar Pradhan reporter

Leave a Reply

Your email address will not be published. Required fields are marked *