ବାହାନଗାରେ ସାମୟିକ ଭାବେ ରହିବନି କୌଣସି ଟ୍ରେନ

ଭୁବନେଶ୍ୱର : ବାଲେଶ୍ୱର ଜିଲା ବାହାନଗା ବଜାର ରେଳ ଷ୍ଟେସନରେ ସାମୟିକ ଭାବେ କୌଣସି ଟ୍ରେନର ରହଣି ହେବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ। ଜୁନ ୨ ତାରିଖରେ ଏହି ଷ୍ଟେସନରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ଏଠାରେ କୌଣସି ଟ୍ରେନ୍ ଅଟକିବ ନାହିଁ । ପାସେଞ୍ଜର, ମେମୁ ଓ କୌଣସି ମାଲବାହୀ ଟ୍ରେନ୍ ଅଟକିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ତଦନ୍ତକାରୀ ସଂସ୍ଥା ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ବାହାନଗାରେ ରହିବ ନାହିଁ।

ସୂଚନା ଯେ, ଗତ ଜୁନ ୨ରେ ବାଲେଶ୍ୱରର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଚିତ୍ର ଏବେ ବି ଲୋକଙ୍କ ଆଖି ଆଗରେ ଜୀବନ୍ତ ରହିଛି । ଭୁଲି ହେଉନି ସେହି ଦୃଶ୍ୟକୁ । ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ରେଳ ଇତିହାସରେ ଘଟିଥିବା ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ଗୋଟିଏ ।

Leave a Reply

Your email address will not be published. Required fields are marked *