ନୟାହାଟ ଫାଣ୍ଡି ଅଧିକାରୀଙ୍କ ଦ୍ଵାରା ଗିରଫ ହେଲା ଦୁର୍ଦାନ୍ତ ଅପରାଧୀ

ଗୋପ :- ପୁରୀ ଜିଲ୍ଲାର ଗୋପ ଥାନା ଅଧିନସ୍ଥ ନୟାହାଟ ଫାଣ୍ଡି ଅଞ୍ଚଲୁ ରବିବାର ବିଦା 4 ଟା ସମୟରେ 50 ହଜାର ଟଙ୍କା ରାହାଜାନି କରୁଥିବା ଯୁବକ କୁ ସ୍ଥାନୀୟ ଜନସାଧାରଣ ଓ ପୋଲିସ ସହାୟତାରେ ଅସମୀଙ୍କୁ ଧରି ଫାଣ୍ଡିରେ ଭର୍ତ୍ତୀ କରାଯାଇଛି l ସମ୍ପୂର୍ଣ ଖବର ଟି ହେଲା ନୟାହାଟ ଫାଣ୍ଡି ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପ ରେ ଜଣେ ଯୁବକ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲା l ତାର ନାମ ହେଲା ସୁବାସ ବେହେରା ବୟସ 43 ବର୍ଷ ହେଵ ପିତା ଙ୍କ ନାମ ହେଲା ରାମଚନ୍ଦ୍ର ବେହେରା l ନିକଟସ୍ଥ ଗ୍ରାମ ଯୋଗେଶ୍ୱରପୁର ଗୋପ ଥାନା ଜିଲ୍ଲା ପୁରୀ ଅଟେ l ଗତ କାଲି ରବିବାର ଦିବା 4 ଟା ସମୟରେ ପେଟ୍ରୋଲ ପମ୍ପ ର ମ୍ୟାନେଜର ସୁବାସ କୁ 50 ହଜାର ଟଙ୍କା ଦେଇ ପେଟ୍ରୋଲ ପମ୍ପ ମାଲିକ ଙ୍କ ଘରକୁ ପଠାଇଥିଲେ l ସୁବାସ ଏକ ସାଇକେଲ ମାଧ୍ୟମରେ ମାଲିକ ଙ୍କ ଘର ସିଙ୍ଗିପାନିଆ କୁ ଯିବା ବାଟରେ ଆଖଣ୍ଡଳମଣି ନିକଟରେ ସାମ୍ନା ପଟୁ ଏକ ପୁଲସର 125 ବାଇକ ( ଉକ୍ତ ବାଇକ ଟି ମଧ୍ୟ ଚୋରା ବାଇକ ବୋଲି ଜଣାପଡିଛି ) ସେହିଁ ବାଇକ ରେ ଜଣେ ଯୁବକ ଆସି ସୁବାସ ଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିଲା l ତତକ୍ଷଣତଃ ସୁବାସ ନିକଟସ୍ଥ ପେଟ୍ରୋଲ ପମ୍ପ ରେ ଖବର ଦେଇଥିଲା ଆଉ ପେଟ୍ରୋଲ ପମ୍ପ ର କର୍ମଚାରୀ ମାନେ ନୟାହାଟ ଫାଣ୍ଡି କୁ ଫୋନ କରିବା ସହିତ ଚୋର ର ଫିଛା କରିଥିଲେ l ଯୋଗେଶ୍ୱରପୁର ଠାରୁ ବିଷୁଲିପଡ଼ା ରାସ୍ତାରେ ଉକ୍ତ ଯୁବକ କୁ କାବୁ କଲେ ଫାଣ୍ଡି ଅଧିକାରୀ କୁନାଲ କୁମାର l 351/2023 ରେ ଏକ କେସ ରୁଜୁ କରାଯାଇଛି 394 ଦଫା ରେ ଆସାମୀଙ୍କୁ ସୋମବାର ଦିନ କୋର୍ଟ ଫରୱାଡ କରାଯିବ ବୋଲି ଫାଣ୍ଡି ଅଧିକାରୀ ଜଣାଇଛନ୍ତି l ଯେହେତୁ ଉକ୍ତ ଅଞ୍ଚଳ ଟି ପୁରୀ ଜିଲ୍ଲାର ବ୍ୟବସାୟୀ ଦୁଷ୍ଟି କୋଣରୁ କେନ୍ଦ୍ରବିନ୍ଦୁ ସ୍ଥଳୀ ଅଟେ ଏଣୁ ଏଠାରେ ଅପରାଧୀଙ୍କ ସଂଖ୍ୟା ମଧ୍ୟ ଅଧିକ ଥିବାରୁ ଫାଣ୍ଡିରେ ଦକ୍ଷତା ବୃଦ୍ଧି କରିବା ସହିତ ଫାଣ୍ଡି କୁ ଏକ ନିଜସ୍ୱ ଗାଡି ଦେବା ପାଇଁ ବ୍ୟବସାୟୀ ସଂଘ ତରଫରୁ ଦାବୀ ହେଊଛି l ଟଙ୍କା ଓ ଏକ ଚୋରା ବାଇକ ସହିତ ଅପରାଧୀ କୁ ଗିରଫ ପରେ ସ୍ଥାନୀୟ ଅଂଚଳରେ ଜଣକ ହେଲେ କେଦାର ସେଠି ବୟସ 21ପିତା ଜଗନ୍ନାଥ ସେଠି ସା :- ହାରଚଣ୍ଡୀ ସାହି ଜିଲ୍ଲା ପୁରୀ=1 ବୋଲି l କେଦାରର ନୟାହାଟ ଫାଣ୍ଡି ଅନ୍ତର୍ଗତ ବାଉଁଶପୋଖରୀ ଗ୍ରାମ ରେ ତାର ମାମୁଁ ଘର ମାମୁଁ ଘରକୁ ବୁଲିବାକୁ ଆସିଥିଲା l କେଦାର ପୂର୍ବରୁ ଅନେକ ଚୋରୀ ଡକାୟିତି ରାହାଜାନି ଆଦି କ୍ଷେତ୍ରରେ ସାମ୍ରାଜ୍ୟ ବିସ୍ତାର କରିଥିଲା ବୋଲି ଶୁଣିବାକୁ ମିଳୁଛି l