ଏଥର ହୋଲି ବ୍ଲୁ ସ୍ପ୍ଲାସ୍ ୱାଟରପାର୍କରେ

ହୋଲି ହେଉଛି ରଙ୍ଗ, ବନ୍ଧୁତା ଏବଂ ସମ୍ପର୍କର ଏକ ମହାନ୍ ଏବଂ ଅନନ୍ୟ ପର୍ବ | ଆଉ ସାତ ଦିନ ପରେ ଆସିବ ଖୁସିର ପର୍ବ ହୋଲି । ଯାହାକୁ ନେଇ ସମସ୍ତେ ଅନେକ ଦିନ ଧରି ଅପେକ୍ଷା କରିଥାନ୍ତି । ରଙ୍ଗରେ ସମସ୍ତେ ରଙ୍ଗେଇ ହେବା ପାଇଁ ଅପେକ୍ଷା କରିଥାନ୍ତି । ଆଉ ଚଳିତ ବର୍ଷର ହୋଲି ପର୍ବକୁ ଆଉଟିକେ ଅଧିକ ମଜାଦାର ଓ ବନ୍ଧୁତାର ରଙ୍ଗକୁ ନେଇ ହେଲ୍ପ ହ୍ୟାଣ୍ଡସ୍ ଫାଉଣ୍ଡେସନ୍ ଆପଣଙ୍କୁ ଖେଳାଇବ ଏକଦମ ସ୍ପେସାଲ ହୋଲି | ଏକ ସ୍ୱାସ୍ଥ୍ୟକର ଓ ହର୍ତ୍ସଉଲ୍ଲାସରେ ହୋଲି ପାଳନ ପାଇଁ ଆୟୋଜନ କରୁଛି ‘ଫଲ୍ ରସିଆ’ ନାମକ ଏକ ସୁନ୍ଦର ଓ ସ୍ପେସାଲ ହୋଲି ଇଭେଣ୍ଟ | କ୍ଷତିକାରକ ରାସାୟନିକ ପଦାର୍ଥରେ ମିଶ୍ରିତ ରଙ୍ଗ ସହିତ ହୋଲି ପାଳନ କରିବା ପରିବର୍ତ୍ତେ, ‘ଫଲ୍ ରସିଆ’ ହେଉଛି ହେଉଛି ଏକ ଅଦ୍ଭୁତ ଚିନ୍ତାଧାରାର ଇଭେଣ୍ଟ ଯେଉଁଠାରେ ଆପଣ କେବଳ ଅର୍ଗାନିକ୍ ଫଳର ପ୍ରାକୃତିକ ରଙ୍ଗ ସହିତ ଏକ ସୁସଜ୍ଜିତ ଓ ଅନୁକୂଳ ପରିବେଶରେ ହୋଲି ପାଳନ କରିପାରିବେ | ଏହି ଇଭେଣ୍ଟ ଦୁଇଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନମ୍ବର ୱାନ “ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ” କ୍ୟାମ୍ପସରେ ଅନୁଷ୍ଠିତ ହେବ | ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ। ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍, ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ l କେବଳ ରଙ୍ଗ ନୁହେଁ, ଆହୁରି ଅନେକ ପ୍ରକାରର ମନୋରଞ୍ଜନ ରହିବ ଏହି ଇଭେଣ୍ଟରେ | ଗାୟକ, ଡକ୍ଟର ଜି ଶ୍ରୀନିବାସ ପଟ୍ଟନାୟକଙ୍କ ସହ ଏକ ଏଥିନିକ୍ ଫ୍ୟାଶନ୍ ସୋ’ ବ୍ୟତୀତ ପାରମ୍ପରିକ ଓଡିଆ ଖାଦ୍ୟ, ଡିଜେ, ମ୍ୟୁଜିକ୍, ବ୍ୟାଣ୍ଡ, ଗେମ୍ସ, କମେଡି ଏବଂ ଅନ୍ୟାନ୍ୟ ମନୋରଞ୍ଜନରେ ପୂର୍ଣ୍ଣ ରହିବ ଏହି ଇଭେଣ୍ଟ | ଏହି ଇଭେଣ୍ଟକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ 77’ ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା, ୱାଟର ପାର୍କ ର ମ୍ୟାନେଜିଙ୍ଗ ଡାଇରେକ୍ଟର ରାଜୀବ ପୂଜାରୀ, ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ ଏବଂ ଡାକ୍ତର ଉପାସନା ମହାନ୍ତି (ଡେଣ୍ଟାଲ ସର୍ଜନ ଓ କସମେଟୋଲୋଜିଷ୍ଟ) l ଆମ ଟିଭି ଇଭେଣ୍ଟର ଗଣମାଧ୍ୟମ ସଂଯୋଜନା କରୁଥିବା ବେଳେ କହିଛନ୍ତି ଆପଣଙ୍କ ପରିବାର, ବନ୍ଧୁବର୍ଗ ଏବଂ ସହକର୍ମୀମାନଙ୍କ ସହିତ ଆମର ଏହି ଅନନ୍ୟ ହୋଲି ଉତ୍ସବରେ ଭାଗ ନେବାକୁ ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ |

Leave a Reply

Your email address will not be published. Required fields are marked *