ଟିକିତାରା ଦେଖିଲେଖ ପ୍ରତିଯୋଗିତା

ପୁରୀ:୧୦/୩: ଆଜି ଶରଧାବାଲି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିକିତାରା ପକ୍ଷରୁ ୧ମ ଶ୍ରେଣୀରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧ମ ଶ୍ରେଣୀର ଶୁଭଲକ୍ଷ୍ମୀ ସାହୁ, ଅଭିଲିପ୍ସା ପ୍ରିୟଦର୍ଶିନୀ, ଶୁଭଶ୍ରୀ ପ୍ରିୟଦର୍ଶିନୀ ସେଠୀ, ୨ୟ ଶ୍ରେଣୀର ବି. ସନ୍ତୋଷ ରେଡ୍ଡୀ, ତନ୍ମୟ କୁମାର ସାହୁ, ରାଜଲକ୍ଷ୍ମୀ କାଣ୍ଡି, ୩ୟ ଶ୍ରେଣୀର ଗୀତାଶ୍ରୀ ସାହୁ, କଣ୍ଢେଇରାଣୀ ରାଉତ, ଶୁଭ ସ୍ମିତା ମହାରଣା, ୪ର୍ଥ ଶ୍ରେଣୀର ମୀରା ରାଓ, ଆଦ୍ୟାଶା ପାତ୍ର, ପ୍ରିୟାଂଶୁ ପ୍ରତ୍ୟୁଷା, ୫ଯ ଶ୍ରେଣୀର ଅଭିଲିପ୍ସା ବାରିକ, ଶୁଭଲକ୍ଷ୍ମୀ ବେହେରା, କାବେରୀ ମହାରଣା, ୬ଷ୍ଠ ଶ୍ରେଣୀର ପୂଜା ସାହୁ, ପଙ୍ଖୁରୀ ବେହେରା, ସୁମିତ୍ରା ମହାରଣା ଏବଂ ୭ମ ଶ୍ରେଣୀର ଶିବମ୍ ପରିଡ଼ା, ଲଗନ କୁମାର ବେହେରା, ବର୍ଷା ଭୋଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ଲୋପାମୁଦ୍ରା କର, କଳ୍ପନା ଦାଶ, ସ୍ମୃତି ପ୍ରତିଭା ଭୋଳ ଏବଂ ସସ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାର୍ଜିନ ପକାଇ ଅକ୍ଷର ଗୋଲ, ଧାଡ଼ି ସିଧା ଏବଂ ଠିକ୍ ଭାବରେ ଲେଖିବା ଅଭ୍ୟାସ କରିବାକୁ ଟିକିତାରା ସମ୍ପାଦକ ବିପିନ ବିହାରୀ ଦଳାଇ ପିଲାମାନଙ୍କୁ ବୁଝାଇ କହିଥିଲେ ।