ବଢ଼ି ଚାଲିଛି କାଠ ଚୋରା ଚାଲାଣ

ବିପଦରେ ବାଲୁଖଣ୍ଡ

ବଢ଼ି ଚାଲିଛି କାଠ ଚୋରା ଚାଲାଣ

ସହଯୋଗ କରୁଛନ୍ତି ବନ କର୍ମଚାରୀ

କୋଣାର୍କ- ପୁରୀ ଜିଲ୍ଲା ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ ଏବେ ବିପଦରେ।
କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ଅନ୍ତର୍ଗତ କୁରୁଜଙ୍ଗ ଓ ଚିତ୍ରେଶ୍ଵରୀ ବିଟ୍ ହାଉସ ଅଧୀନରେ ଥିବା ଜଙ୍ଗଲରେ ଦିନକୁ ଦିନ କାଠ ଚୋରି ବଢ଼ି ଚାଲିଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ସହଯୋଗ କରୁଥିବା ଶୁଣିବାକୁ ମିଳୁଛି। ସୁଚନା ଅନୁଯାୟୀ କୁରୁଜଙ୍ଗ ଓ ଚିତ୍ରେଶ୍ଵରୀ ବିଟ୍ ହାଉସ ଅଧୀନରେ ଥିବା ପରିବେଶ ସୁରକ୍ଷା ସମିତି ପକ୍ଷରୁ ଠିକ ଭାବେ ଜଙ୍ଗଲ ସୁରକ୍ଷା ପାଳି କରାଯାଉ ନାହିଁ ଯାହା ଫଳରେ କେତେକ ସମିତିର କେତେକ ସଭ୍ୟ ମାନଙ୍କ ସହ ନିୟମିତ କାଠ ଚୋର ମଧ୍ଯ ଦିନ ଦ୍ୱିପ୍ରହରରେ ଜଙ୍ଗଲରୁ କାଠ କାଟି ଲୁଟ୍ କରି ବେପାର କରୁଛନ୍ତି। କୁରୁଜଙ୍ଗ, ଯମରା, ଗୋଧନପଡା, ଗୁହାଳ ପୁର, ନୂଆଗାଁ, ଚିତ୍ରେଶ୍ଵରି, ମୂଷାପଦା, ଗୋଲରା, ନଡ଼ିଆ ମଠ, କନରପୁର ଆଦି ଗ୍ରାମରୁ କାଠ ଚୋରା ଚାଲାଣ ହେଉଛି। ଦୈନିକ କିଛି କାଠ ଚୋର ସାଇକେଲ ଓ ବାଇକ୍ ନେଇ ଜଙ୍ଗଲରୁ କୁରାଢି ଓ କରତ ସହାୟତାରେ ଦୈନିକ କୁଇଣ୍ଟାଲ୍ କୁଇଣ୍ଟାଲ୍ ମୂଲ୍ୟବାନ ଝାଉଁ, ଅକାସି, ଗ୍ରବୋଲିଆ ଆଦି କାଠ ଚୋରାଇ ନିଜ ଘର ଓ ବାରିରେ ଲୁଚାଇ ରଖୁଛନ୍ତି। ପରେ କାଠ ମାଫିଆ ଓ ଦଲାଲ୍ ମାନଙ୍କୁ ୫୦୦ରୁ ୮୦୦ ଟଙ୍କା ପ୍ରତି କୁଇଣ୍ଟାଲ୍ ବିକ୍ରି କରୁଛନ୍ତି। କାଠ ମାଫିଆ ମାନେ ଟ୍ରାକ୍ଟର ଓ ଡାଲା ଅଟୋ ରେ ରାତାରାତି ଚୋରା ଚାଲାଣ କରୁଛନ୍ତି। ଏସବୁ କୁରୁଜଙ୍ଗ ଓ ଚିତ୍ରେଶ୍ଵରୀ ବିଟ୍ ହାଉସ ଅଧୀନରେ ଥିବା କର୍ମଚାରୀ ଜାଣିଥିଲେ ମଧ୍ଯ ନଧରି ସହଯୋଗ କରୁଛନ୍ତି। ପଇସା ପାଇ ସହଯୋଗ କରୁଛନ୍ତି ଓ ଛାଡ଼ି ଦେଉଛନ୍ତି। କିଛି ଦିନ ତଳେ ଗୁହାଳପୁର ଓ ନୂଆଗାଁ ରୁ ଏକ ଟ୍ରାକ୍ଟର ରେ ଚୋରା କାଠ ଚାଲାଣ ହେଉଥିବା ବେଳେ ଚିତ୍ରେଶ୍ଵରୀ ବିଟ୍ ହାଉସ ବନପାଳ ଗାଡି ଟିକୁ ଧରି ଛାଡ଼ି ଦେଇଥିବା ଚର୍ଚ୍ଚା ଚାଲିଛି। କାଠ ଦର୍ଶନି ବନ୍ତରେ ଥିବା ବେଳେ ପଇସା ପାଇ ଗାଡି ଛାଡ଼ି ଦେଲେ ଓ କାହା ନାମରେ କେସ କଲେ ନାହିଁ। ଯାହା ବାଲିଦୋକାନ ବଜାରରେ ଆଲୋଚନା ହେଉଛି। ଏବଂ ଦୈନିକ ଚୋରୀ କରୁଥିବା ଏକ ବ୍ୟକ୍ତି କୁ ଧରି ଛାଡ଼ି ଦେଇଛନ୍ତି। ପୁଣି ସେମାନେ ଚୋରୀ କରୁଥିବା ଦେଖିବାକୁ ମିଳୁଛି। ଏଥି ସହିତ ସାଇକେଲ, ସ୍କୁଟି ଓ ବାଇକ୍ ରେ ଜଙ୍ଗଲରୁ କାଠ ଚାଲାଣ ହେଉଥିବା ବେଳେ କର୍ମଚାରୀ ମାନଙ୍କୁ ଜଙ୍ଗଲରେ ଦେଖିବାକୁ ମିଳୁନି। ଯେଉଁ ଭାବେ କାଠ ଚାଲାଣ ହେଉଛି ଆଗାମୀ ଦିନରେ ବାଲୁଖଣ୍ଡ ଅଭୟାରଣ୍ୟର ସତ୍ତା ହରାଇବା ଦୃଶ୍ୟ ଦେଖିବାକୁ ମିଳିବ। ଏନେଇ ଆବଶ୍ୟକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲାପାଳ, ଜିଲ୍ଲା ବନଖଣ୍ଡ ଅଧିକାରୀ ଓ କୋଣାର୍କ ବନାଞ୍ଚଳ ଅଧିକାରୀଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ।

Leave a Reply

Your email address will not be published. Required fields are marked *