ରୋଲର୍ ଚଳେଇବା ହେଲା କାଳ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲତେସବାନ୍ଦା ଗ୍ରାମର ଅକ୍ଷୟ ପ୍ରଧାନ ଲତେଶବାନ୍ଦା ଗ୍ରାମ ନିକଟ ଗ୍ରାମ ଡିଉ ମାହା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କାର୍ଯ୍ୟରେ ରୋଲର ଡ୍ରାଇଭର ଭାବେ ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିଲେ।ଚଳିତ ମାସ 13/06/23 ରିଖ ଦିନ ଅପରାହ୍ଣ ପ୍ରାୟ 3ଟା ପରେ ବାରମ୍ବାର ଫୋନ କରିଥିଲେ କିନ୍ତୁ ନ ଯିବାରୁ ନିଜେ ମୃତଙ୍କ ଘରକୁ ଯାଇ ଯିବା ପାଇଁ ବାଧ୍ୟ କରି ନେଇ ଥିବା ମୃତଙ୍କ ସହଧର୍ମିଣୀ କହିଛନ୍ତି l ରୋଲରଟି ଯାନ୍ତ୍ରିକ ତ୍ରୁଟି ଥିବା ନେଇ ଠିକାଦାର କି ଭଳି ଏହି ପ୍ରକାର ପୁରାତନ ରୋଲର ଚଳେଇବାକୁ ବାଧ୍ୟ କରିଥିଲେ ସେ ନେଇ ଅଞ୍ଚଳ ବାସୀ ପ୍ରଶ୍ନ କରିଛନ୍ତି l ଏହି ପୁରାତନ ଯାନ୍ତ୍ରିକ ତ୍ରୁଟି ଥିବା ରୋଲର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଚୁଆ ରେ ଓଲଟିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକ ଅକ୍ଷୟ ପ୍ରଧାନ ପୂର୍ବରେ ଗ୍ରାମ ସାଥି ଭାବେ କାର୍ଯ୍ୟ ଥିବା ବେଳେ କୌଣସି କାରଣରୁ ଚଳିତ ବର୍ଷ ଏକ ଠିକା ସଂସସ୍ଥାରେ ରୋଲର ଡ୍ରାଇଭର ଭାବେ କାର୍ଯ୍ୟ କରୁ ଥିବା ବେଳେ ଅ ଘଟଣ l ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା l ସେ ପଟେ ଠିକା ସଂସ୍ଥା ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଅକ୍ଷୟ ପ୍ରଧାନ ଙ୍କ ସହଧର୍ମିଣୀ ଆଶା ଦିଦି ଭାବେ କାର୍ଯ୍ୟ ରତ ଥିବା ବେଳେ ଛୋଟ ପିଲାଙ୍କୁ କି ଭଳି ପ୍ରତି ପୋଷଣ କରିବ ସେ ନେଇ ଚିନ୍ତା ରେ ପରିବାର ତଥା ଅଞ୍ଚଳ ବାସୀ l ଦାରିଙ୍ଗବାଡି ପୋଲିସ ପକ୍ଷରୁ 111/23 ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି କହିଛନ୍ତି ଦାରିଙ୍ଗବାଡି ଥାନା ଭାରାପ୍ରାପ୍ତ

Leave a Reply

Your email address will not be published. Required fields are marked *