ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦
ଆଜି ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ର ଜିଲ୍ଲା ସ୍ତରୀୟ ଲୋକାର୍ପଣ ତଥା ଜିଲ୍ଲାସ୍ତରୀୟ ସମ୍ମନୟ କମିଟି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଅଛି. ଏଥିରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ, ଜିଲ୍ଲା ଭେଷଜ ନିରୀକ୍ଷକ ଶ୍ରୀ ଅଞ୍ଜନ କୁମାର ସାହୁ, ଜିଲ୍ଲା ଜନମଙ୍ଗଳ ଅଧିକାରୀ ଶ୍ରୀ ବିକାଶ କୁମାର ମହାନ୍ତି, ଶ୍ରୀ ପ୍ରଶାନ୍ତ କୁମାର ପରିଜା ଆରବି ଏସ କେ ମ୍ୟାନେଜେର, ଡାକ୍ତର ଜ୍ୟୋଷ୍ଣାରାଣୀ ତ୍ରିପାଠୀ ଚକ୍ଷୁ ବିଶେଷଣଜ୍ଞ, ଡାକ୍ତର ଅଶୋକ କୁମାର ମିଶ୍ର ସ୍ୱାସ୍ଥ୍ୟ ଅଧିକାରୀ ପୁରୀ ମୁନିସିପାଲିଟି, ଶ୍ରୀ ବିଶ୍ୱ ରଞ୍ଜନ ପ୍ରଧାନ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୀ ମୁନିସିପାଲିଟି, ବେଦଶ୍ରୀ ସାହୁ ଖାଦ୍ୟ ସୁରକ୍ଷା ଅଧିକାରୀ ପୁରୀ ମୁନିସିପାଲିଟି, ଶ୍ରୀ ଶୁଭ୍ରାଂଶୁ କୁମାର ମହାରଣା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀ ସନ୍ତୋଷ କୁମାର ସେଠି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁରୀ, ଶ୍ରୀ ଦୀପକ କୁମାର ପIଢି ଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ, ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲ ଅବକାରୀ ଅଧିକ୍ଷକ ପୁରୀ , ଡାକ୍ତର ମଧୁସ୍ମିତା ଖୁଣ୍ଟିଆ , ଶ୍ରୀ ଟି ନାରାୟଣ ରାଓ ଡିପିଏମ ଏନଏଚଏମ ପୁରୀ, ଶ୍ରୀମତୀ ସୁହାଗୀ ହେମ୍ବ୍ରମ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଡି ଏସ ଡବ୍ଲୁ ଓ ପୁରୀ, ଡାକ୍ତର ସୁଶାନ୍ତ କୁମାର ବିଶ୍ୱାଳ ସହ ପରିଚାଳକ ଅଣସଂକ୍ରମକ ରୋଗ କାର୍ଯ୍ୟକ୍ରମ ପୁରୀ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ. ଏହା ପରେ ଜିଲ୍ଲା ସ୍ତରୀୟ ତମIକୁ ମୁକ୍ତ ଯୁବ ଅଭିଯାନ ର ଲୋକାର୍ପଣ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା କରାଯାଇଥିଲା. ଏହା ପରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତମାଖୁ ସେବନରୁ ନିବୃତ ରହିବା ପାଇଁ ଓ ସେମାନଙ୍କର ପରିବାର ତଥା ବନ୍ଧୁ ଆତ୍ମୀୟ ମାନଙ୍କୁ ତମାଖୁ ସେବନରୁ ନିବୃତ ରହିବାପାଇଂ ଉତ୍ସାହିତ କରିବା ପାଇଁ ଶପଥ ପାଠ କରାଯାଇଥିଲା. ଏଥିରେ ଜିଲ୍ଲା ସ୍ତରୀୟ ସୋସିଆଲ ମିଡ଼ିଆ କ୍ୟାମ୍ପେର୍ନ କରି ସର୍ବସାଧାରଣ ରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା. ତମାଖୁ ମୁକ୍ତ ଶିକ୍ଷ୍ୟା ଅନୁଷ୍ଠାନ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବାପାଇଁ ପରାମର୍ଶ ଦିଆଯାଇଥିଲା. ଜିଲ୍ଲା ସ୍ତରୀୟ ତାମଖୁମୁକ୍ତ ଯୁବ ଅଭିଯାନ ର ବିଶାଳ ରାଲି ବଡଦାଣ୍ଡ ରେ କରିବାପାଇଂ ଆଲୋଚନା କରାଯାଇଛି ଓ ଏଥିରେ ଯୁବ ଗୋଷ୍ଠୀ ମାନଙ୍କୁ (ବିଦ୍ୟାଳୟ, ମହାବିଦ୍ୟାଳୟ, ଏନ ସି ସି , ସ୍କାଉଟ, ଗାଇଡ, ଏନ ଏସ ଏସ, ସ୍ଵେଛାସେବି ଏନଜିଓ) ନେଇ ବିଶାଳ ରାଲି କରିବାକୁ ପରାମର୍ଶ ଦିଆଯାଇଛି. ତମାଖୁ ମୁକ୍ତ ଗ୍ରାମପଂଚାୟତ ଅଭିଯାନ କୁ ଗ୍ରାମ ଓ ଗ୍ରାମପଂଚାୟତ ସ୍ତରରେ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଅIଯାଇଛି. ଜିଲ୍ଲା ରେ ତମାଖୁ ନିୟନ୍ତ୍ରଣ ଆଇନି କୁ ନେଇ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ କରିବାପାଇଁ ପରାମର୍ଶ ଦିଆଯାଇଛି ଏବଂ ଶିକ୍ଷାନୁଷ୍ଠାନ ନିକଟରୁ ସମ୍ପୂର୍ଣ ଭାବେ ତମାଖୁ ର ବ୍ୟବହାର ଓ ବିକ୍ରି କୁ ନିଷେଧ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି.