ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ, ଚଳିତ ବର୍ଷର ଥିମ୍ – ‘ଆମକୁ ଖାଦ୍ୟ ଦରକାର,ତମାଖୁ ନୁହେଁ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁର ଆମ ସ୍ୱାସ୍ଥ୍ୟ ଉପରେ ଥିବା ବିଭିନ୍ନ ଖରାପ ପ୍ରଭାବ ତଥା ଏହାର ଅନେକ ନକରାତ୍ମକ ଦିଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ । ତେବେ ପ୍ରତିବର୍ଷ ଏକ ଲକ୍ଷ୍ୟ ନେଇ ବିଶ୍ବ ତମାଖୁ ନିଷେଧ ଦିବସ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷର ଥିମ ରହିଛି ‘ଆମକୁ ଖାଦ୍ୟ ଦରକାର, ତମାଖୁ ନୁହେଁ’। ଏହାର ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ସମ୍ପର୍କରେ ଆଲୋକପାତ କରିବା ଏବଂ ତମାଖୁ ବ୍ୟବହାରକୁ ହ୍ରାସ କରିବା। ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି ।

୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁର ବ୍ୟବହାର ଉପରେ ନିୟମନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସର ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲା । ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ତମାଖୁ ଦ୍ୱାରା ଆମ ଶରୀରରେ ଅନେକ ପ୍ରାଣଘାତୀ ରୋଗ ଜନ୍ମ ନେଇଥାଏ । ଏହାଦ୍ୱାରା କର୍କଟ, ହୃଦରୋଗ, ଶ୍ୱାସରୋଗ ଆଦି ରୋଗ ସୃଷ୍ଟି ହୁଏ । ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ବରଂ ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ ।

ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ରୋଗ ଦେଖାଯାଉଥିବା ବେଳେ ଛୋଟଛୁଆଙ୍କ ଉପରେ ସ୍ମୃତିଶକ୍ତି ହରାଇବା ଏବଂ ଶ୍ବାସରୋଗ ଭଳି ସମସ୍ୟା ଦେଖାଯାଇଥାଏ। ତେବେ ଚଳିତବର୍ଷ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ(ହୁ) ତମାଖୁ ସେବନର ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଇବା ସହ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *