ତମାଖୁ-ଗୁଟଖା ଉପରେ ପ୍ରତିବନ୍ଧକ: ତାମିଲନାଡୁରେ ବର୍ଷେ ବଢ଼ିଲା ସମୟ ସୀମା

ଚେନ୍ନାଇ,୨୪।୫ : ତାମିଲନାଡୁର ତମାଖୁ-ଗୁଟଖା ବ୍ୟବହାରକାରୀମାନଙ୍କୁ ପୁଣି ଥରେ ଝଟକା ଲାଗିଛି। ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି।
ଖାଦ୍ୟ ସୁରକ୍ଷା କମିଶନର ସୂଚନା ଦେଇଛନ୍ତି ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ବିକ୍ରୟ, ସଂରକ୍ଷଣ, ଉତ୍ପାଦନ ଉପରେ ପ୍ରତିବନ୍ଧକ ଜାରି ରହିବ। ଏହା ଉପରେ ପ୍ରତିବନ୍ଧକ ଚଳିତ ୨୩ ମେ ବର୍ଷରୁ ଆସନ୍ତା ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ସୁପ୍ରିମକୋର୍ଟରେ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ଯେଉଁଥିରେ ତାମିଲନାଡୁରେ ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଭିତ୍ତିକ ଦ୍ରବ୍ୟର ବିକ୍ରୟ, ଉତ୍ପାଦନ ତଥା ପରିବହନ ଉପରେ ପ୍ରତିବନ୍ଧକ ଲଗାଇଥିବା ମେ ୨୦୧୮ ବିଜ୍ଞପ୍ତିକୁ ଖାରଜ କରାଯାଇଥିଲା। ତେବେ ଏହାକୁ ଏବେ ଶୀର୍ଷ କୋର୍ଟ ଖାରଜ କରିଛନ୍ତି।

ତାମିଲନାଡୁ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲ ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲ ଅମିତ ଆନନ୍ଦ ତିୱାରୀ ଜଷ୍ଟିସ କେ.ଏମ ଜୋସେଫଙ୍କୁ କହିଛନ୍ତି ସ୍ବାସ୍ଥ୍ୟ ଏକ ରାଜ୍ୟ ବିଷୟ । ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଭିତ୍ତିକ ଦ୍ରବ୍ୟର ବିକ୍ରୟ, ଉତ୍ପାଦନ ତଥା ପରିବହନ ଉପରେ ଲାଗିଥିବା ନିଷେଧାଦେଶକୁ ଉପଯୁକ୍ତ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାର ଉଦାହରଣ ଦେଇଛନ୍ତି। କୋର୍ଟ କହିଛନ୍ତି ନିଷେଧାଦେଶ ଜାରି ରହିବ । କୋର୍ଟ ସ୍ପଷ୍ଟ କରିଛନ୍ତି ନାଗରିକଙ୍କ ସ୍ବାସ୍ଥ୍ୟକଚୁ ପ୍ରାଥମିକତା ପ୍ରଦାନ କରୁରୀ।

Leave a Reply

Your email address will not be published. Required fields are marked *