୨୩/୦୩/୨୩, ଗୁରୁବାର

୧-ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ, ଅକୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ୩ ସୁଯୋଗ।

୨-ଭୟ ବଢ଼ାଇଲା କୁଆପଥର ବର୍ଷା। ଆକାଶରୁ ଖସୁଛି ବଡ଼ ବଡ଼ କୁଆପଥର।କ୍ରିକେଟ୍ ବଲ୍ ଭଳି ବଡ଼ ବଡ଼ କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି।

୩-ସୋନପୁର:କାର ଧକ୍କାରେ ଆଖିବୁଜିଲେ ୩ ଛାତ୍ର, ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା, ଆହତଙ୍କୁ ଚିକିତ୍ସା ଓ ୫୦ ହଜାର ସହାୟତା।

୪-ଚାଷୀ ପାଇଁ କାଳ ସାଜିଲା କୁଆପଥର, ଅଦିନିଆ ଝଡ଼ବର୍ଷାରେ ଖିନଭିନ୍ ପନିପରିବା ଫସଲ, ଆଜିଠୁ ଆସୁଥିବା ସମ୍ଭାବ୍ୟ ପଶ୍ଚିମାଝଡ଼କୁ ନେଇ ଚିନ୍ତାରେ ଚାଷୀ।

୫-PM ପୋଷଣ ଦ୍ବିତୀୟ କିସ୍ତି: ଓଡ଼ିଶାକୁ ମିଳିଲା ୨୮୩.୭୮ କୋଟି ଟଙ୍କା।

୬-ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତ ହେବେ ୫୩ ହଜାର ଶିକ୍ଷକ।୨୦୨୬ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ।

୭-ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ ଟାକ୍ସ ଛାଡ଼ ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।

୮-ନାହିଁ ନାହିଁରେ ସର୍ବଶିକ୍ଷା, ୧୧ ହଜାର ୭୧୦ ସ୍କୁଲକୁ ନାହିଁ ବିଦ୍ୟୁତ ସଂଯୋଗ।

୯-ସର୍ବସାଧାରଣ ସ୍ଥାନକୁ ପୋଷା କୁକୁର ମନା, ନିୟମ ଖିଲାପ କଲେ ମୋଟା ଅଙ୍କର ତଣ୍ଡ ଗଣିବେ ମାଲିକ।

୧୦-ସାହିତ୍ୟିକା ଡ. ଇତିରାଣୀ ସାମନ୍ତଙ୍କୁ ପ୍ରଦାନ କରାଗଲା ‘ଉତ୍କଳ ସମ୍ମାନ’।

୧୧-ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ବଡ଼ ଟ୍ୱିଷ୍ଟ ! ଦ୍ୱିତୀୟ ଯୁବତୀଙ୍କ ସଂପୃକ୍ତିର ଥିଓରିକୁ ନେଇ ଚର୍ଚ୍ଚା।

୧୨-ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଗାଁରେ ପଶି ବାଛୁରୀକୁ ମାରି ଖାଇଲା, ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା।

୧୩-ରାୟଗଡା:ଜେଲ ଗଲେ ରସିକିଆ ସରକାରୀ ବାବୁ ଗୋପୀନାଥ କିଷାନ, ୪ଜଣକୁ ବାହା ହୋଇ ବନ୍ଧା ହେଲେ।

୧୪-କେସିଙ୍ଗା:ମାଟ୍ରିକ ପରୀକ୍ଷାର ଭୁଲ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୮ ଜଣ ଗିରଫ

୧୫-ପଶ୍ଚିମବଙ୍ଗ ଭବନ ନିର୍ମାଣ ପାଇଁ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜମି ଦେଖିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

୧୬-ତଥାପି ଅପହଞ୍ଚ ମୁନ୍ଦାଏ ପାଣି, ଭାରତରେ ୧୧ କୋଟି ଗ୍ରାମୀଣ ପରିବାରକୁ ମିଳୁଛି ପାଇପ ଯୋଗେ ଜଳ।

୧୭-ଓଡ଼ିଶାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୫୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର।

୧୮-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ’ର ୧୦୦ତମ ସଂସ୍କରଣ ସାରା ବିଶ୍ୱରେ ପ୍ରସାରଣ ଲାଗି ବ୍ୟବସ୍ଥା କରୁଛି ବିଜେପି।

୧୯-ମହାକାଶରେ ହେବ ଯୁଦ୍ଧ, ଭବିଷ୍ୟତ ପାଇଁ ରହିବାକୁ ପଡିବ ପ୍ରସ୍ତୁତ । ବାୟୁସେନା ମୁଖ୍ୟ କହିଲେ ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ରହିଛି ଜାରି।

୨୦-ଦେଶରେ ୧ହଜାର ଟପିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୧୩୪ ସଂକ୍ରମିତ ଚିହ୍ନଟ, ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ କଲେ କୋଭିଡ ସମୀକ୍ଷା ବୈଠକ।

Leave a Reply

Your email address will not be published. Required fields are marked *