ତାରିଖ ୨୬/୦୩/୨୩, ରବିବାର

୧-ଘଣ୍ଟାକ ପାଇଁ ଅନ୍ଧାରରେ ସାରା ଦୁନିଆ, ବିଶ୍ୱ ପାଳିଲା ଆର୍ଥ ଆୱାର।

୨-ଆଜିଠୁ ସକ୍ରିୟ ହେବ ପଶ୍ଚିମାଝଡ଼, ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା।

୩-ଭୁବନେଶ୍ୱର: ଯକ୍ଷ୍ମା ନିରାକରଣରେ ଓଡ଼ିଶା, ଦେଶରେ ଦ୍ବିତୀୟ।

୪-ବଢ଼ିଲା ଆଧାର-ରାସନ କାର୍ଡ ଲିଙ୍କ ଅବଧି; ଜୁନ୍‌ ୩୦ ତାରିଖ ଯାଏଁ ଏହାର ସମୟସୀମା ବୃଦ୍ଧି କରାଯାଇଛି।

୫-ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ।

୬-ଭୁବନେଶ୍ୱର:BSKY ସମୀକ୍ଷା ବୈଠକ,ସୁପର ସ୍ପେଶାଲିଟି ହସ୍ପିଟାଲ ୬୬୨କୁ ବୃଦ୍ଧି।

୭-ବିଭିନ୍ନ ବିଭାଗରେ ୨୦୫ଟି ପଦବୀ ପୂରଣ ପାଇଁ SSCରେ ଚାଲିଛି ଆବେଦନ; ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଏପ୍ରିଲ ୨୪।

୮-କୋଭିଡ୍‌ ନୂଆ ପ୍ରକରଣ ଏକ୍ସବିବି୧.୧୬, ଓଡିଶାରେ ୧୭, ଦେଶରେ ଗୋଟିଏ ଦିନରେ ୧୫୯୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ।

୯-ରିଲିଜ୍‍ ହେଲା ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ।ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍‍ପିଙ୍ଗ ଦି ହେଲ୍‍ପ ବା ସାହାଯ୍ୟକାରୀକୁ ସାହାଯ୍ୟ ।

୧୦-ବର୍ଷ ଶେଷ ସୁଦ୍ଧା ସରିବ କଟକ ଚଣ୍ଡୀ ମନ୍ଦିର ରୂପାନ୍ତରଣ କାମ, ନୂଆ ବର୍ଷରେ ହେବ ମନ୍ଦିରର ଲୋକାର୍ପଣ।

୧୧-୨୭ ବର୍ଷ ପରେ ପୁଣି ପ୍ରଶଂସା ସାଉଁଟିଲା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ‘ଶୂନ୍ୟ ସ୍ୱରୂପ’।

୧୨-ରୁଚି ମସଲା କିଣି ମାରୁତି ବାଲେନୋ କାର ପାଇଲେ ଗ୍ରାହକ, ୨ ଜଣ ପାଇଲେ ଆକ୍ଟିଭା ସ୍କୁଟି।

୧୩-ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା: ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ।

୧୪-ରାଜଧାନୀରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ,ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

୧୫-ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗାଁ:ଚାଲିଥିଲା କନଷ୍ଟେବଳ ଚାକିରି ପାଇଁ ଫିଜିକାଲ ଟେଷ୍ଟ, ଦୌଡ଼ ପ୍ରତିଯୋଗିତାରେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ।

୧୬-କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଅନୁରୋଧ।

୧୭-ଭାରତର ଗଣତନ୍ତ୍ର ପାଇଁ ଲଢୁଛି, କେହି ମୋ ମୁହଁ ବନ୍ଦ କରି ପାରିବେ ନାହିଁ : ରାହୁଲ ଗାନ୍ଧୀ

୧୮-ମହିଳା ବିଶ୍ଵ ମୁଷ୍ଟି ଯୁଦ୍ଧ ଚମ୍ପିୟାନସିପ୍:ନୀତୁ ଓ ସ୍ବିଟି ବିଶ୍ଵ ବିଜୟିନୀ।

୧୯-୨ ବିଲିୟନ ଲୋକଙ୍କ ପାଖରେ ନାହିଁ ଶୁଦ୍ଧ ପାନୀୟ ଜଳ, ଜାତିସଂଘ ମହାସଚିବ ଦେଲେ ବଡ଼ ବୟାନ।

Leave a Reply

Your email address will not be published. Required fields are marked *