ଆଜିର ଖବର

ତାରିଖ: ୨୮.୦୩.୨୦୨୩, ମଙ୍ଗଳ ବାର
୧-ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ : ନାବାଳକ ଗାଡ଼ି ଚଳାଇଲେ ବନ୍ଧା ହେବେ ମାଲିକ ।
୨-ବିଧାନସଭାରେ ରାହୁଲ ଝଡ଼ ନେଇ ଜୟନାରାୟଣଙ୍କ ପ୍ରତିକ୍ରିୟା, କହିଲେ ଆଇନର ଉର୍ଦ୍ଧ୍ୱରେ କେହି ନୁହେଁ ।
୩-ପଦ ଗଲା ଘର ବି ଯିବ : ସରକାରୀ ବାସଭବନ ଖାଲି କରିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ।
୪-ବଢ଼ୁଛି କୋଭିଡ ସଂକ୍ରମଣ : ସରକାର ନେଲେ ଆଗୁଆ ପଦକ୍ଷେପ, ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଶଯ୍ୟା, ଅକ୍ସିଜେନ୍ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ।
୫-ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନ୍ ବାଛିଛି କୋଲକାତା ନାଇଟ୍ ରାଇଡର୍ସ । ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ୨୯ ବର୍ଷୀୟ ନୀତିଶ ରାଣା ଦଳର ନେତୃତ୍ୱ ନେବେ ବୋଲି ମ୍ୟାନେଜମେଣ୍ଟ ଘୋଷଣା କରିଛି ।
୬-ଜି-୨୦ ସମ୍ମିଳନୀର ବୈଠକରେ ଯୋଗଦେଲାନି ଚୀନ: ଅରୁଣାଚଳପ୍ରଦେଶ ଇଟାନଗରରେ ହେଇଥିଲା ଗୋପନୀୟ ବୈଠକ ।
୭-ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବଡ ଚେତାବନୀ: କହିଲେ ବେଲାରୁଷରେ ଖୁବଶୀଘ୍ର ପରମାଣୁ ଅସ୍ତ୍ର କରିବେ ମୁତୟନ ।
୮-ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ, କହିଲେ- ଲୋକତନ୍ତ୍ର ପାଇଁ ବିପଦ ନେତନ୍ୟାହୁ ।
୯-ନାମ୍ବିଆରୁ ଭାରତ ଆସିଥିବା ୮ ଚିତା ମଧ୍ୟରୁ ଗୋଟିକର ମୃତ୍ୟୁ, ହୋଇଥିଲା କିଡନୀ ସଂକ୍ରମଣ।
୧୦-ପଶ୍ଚିମାଝଡକୁ ନେଇ ପାଣିପାଗ ବିଭାଗର ଚେତାବନୀ । ୨୯ ତାରିଖ ରାତିିରୁ ଉତ୍ତର-ପଶ୍ଚିମ ଭାରତକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ ।
୧୧-ଭାରତ ଆଣିବ ନିଜସ୍ବ ଚାଟ୍ଜିପିଟି, ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ପରେ ବଢ଼ିଲା ଉତ୍କଣ୍ଠା ।
୧୨-ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ଆଗତ: ଆପାର୍ଟମେଣ୍ଟ କିଣା ବିକା ପାଇଁ ବାଟ ଫିଟୁଛି ।
୧୩-୨୦ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ ଶୀଘ୍ର ନିଅ, କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ।
୧୪-ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ, ଦିନକୁ ପାଖାପାଖି ୧୫ ଜଣ ଜୀବନ ହାରୁଛନ୍ତି ।
୧୫-ବିଲ୍କିସ ବାନୋ ମାମଲାରେ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ମାମଲାରେ ୧୧ ଦୋଷୀଙ୍କ ସମୟ ପୂର୍ବରୁ ମୁକ୍ତ ବିରୋଧରେ ହୋଇଥିବା ଯାଚିକା ଉପରେ ଶୁଣାଣି କରି କେନ୍ଦ୍ର, ଗୁଜରାଟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।
୧୬-ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବଡ଼ ଦାୟିତ୍ବ, ଆମେରିକୀୟ ରାଜ୍ୟର ହେଲେ ସହାୟକ ପୋଲିସ୍ ମୁଖ୍ୟ ।
୧୭-‘ଟିବି ମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପାଇଁ ସମନ୍ୱିତ ରଣନୀତି ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ।
୧୮-କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଘର ଉପରକୁ ପଥରମାଡ଼: ସଂରକ୍ଷଣରେ କାଣ୍ଟଛାଣ୍ଟକୁ ନେଇ ପ୍ରତିବାଦ କଲେ ବଞ୍ଜାରା ସମ୍ପ୍ରଦାୟ ।