ଆଜି ଚିଲିକା ବୁଲିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବୋଟରେ ଯିବେ ଚିଲିକା ମୁହାଁଣ

ଭୁବନେଶ୍ୱର : ଆଜି ଚିଲିକା ବୁଲିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ଏହି ଟିମ୍ ଚିଲିକା ମୁହାଁଣ ଯିବେ ।

ଖବର ଅନୁଯାୟୀ, ଶୁକ୍ରବାର କଟକରେ ପହଞ୍ଚି ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଥିଲେ। ମୁଣ୍ଡୁଳି ବ୍ରିଜର ଜଳ ଧାରଣ କ୍ଷମତା ଓ ଗଚ୍ଛିତ ଥିବା ଜଳ ରାଶି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହାପରେ ସାପୁଆ କେନାଲରେ ପହଞ୍ଚି ସ୍ଥିତି ପରଖିବା ପରେ କାଠଯୋଡ଼ି ନଦୀର ଉତ୍ପତ୍ତି ସ୍ଥଳ ନରାଜ ବ୍ୟାରେଜ ଦେଖିଥିଲେ। ଏହାପରେ ଟିମ୍ ଗଡଗଡିଆ ଓ ପରେ ଯୋବ୍ରା ଆନିକଟ ଓ ବିରୂପା ବ୍ୟାରେଜ୍ ଗସ୍ତ କରି ମହାନଦୀ ଜଳ ର ସ୍ଥିତି ଅନୁଧ୍ୟାନ କରିଥିଲେ।

ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକରଙ୍କ ନେତୃତ୍ୱରେ ଆସିଥିବା ଟିମ୍ ମହାନଦୀର ବିଭିନ୍ନ ଶାଖା ନଦୀ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି। କଟକ ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗ ଅଧିକାରୀ ଏଥିରେ ସାମିଲ ଥିଲେ। ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଵ୍ୟାରେଜ୍ ନିର୍ମାଣ କରିଥିବାରୁ ଓଡିଶାରେ ମହାନଦୀର ସ୍ଥିତି ବିଗିଡ଼ିବାରେ ଲାଗିଛି। ଜଳସ୍ତର କମିବାରେ ଲାଗିଛି। ଓଡ଼ିଶାବାସୀଙ୍କ ଜୀବନରେଖା କୁହାଯାଉଥିବା ମହାନଦୀର ସ୍ଥିତି ଏବେ ସଙ୍ଗୀନ ଅବସ୍ଥାରେ ପଡ଼ିଛି। ଏହାଛଡ଼ା ମହାନଦୀର ଅବବାହିକାରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଜୈବ ବିବିଧତା ଉପରେ ମଧ୍ୟ ପ୍ରଭାବ ପଡୁଛି ।

Leave a Reply

Your email address will not be published. Required fields are marked *