ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ଜାତୀୟ ରାଜପଥ ଉପରେ ପଡ଼ି ରହିଛନ୍ତି ଗୋରୁ ମଡ଼କ

ଚଳିତ ବର୍ଷର ଶ୍ରାବଣ ମାସର ପ୍ରଥମ ସୋମବାର ଦୁଃଖର କଥାଯେ ଜାତୀୟ ରାଜପଥ ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଗୋରୁଙ୍କ ମଡ଼କ। ଏକା ଥରକେ ନଅ ଗୋଟି ଗୋରୁ କୌଣସି ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇ ପଡ଼ି ରହିଛନ୍ତି। ଏହା ଏକ ହୃଦୟ ବିଦାରକ ଦୃଶ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଏଥି ପାଇଁ ଦାୟୀ କିଏ ? ମାଲିକ ନା ଗୋରୁ ନା ଗାଡ଼ି ଡ୍ରାଇଭର। କିନ୍ତୁ ଅନେକଙ୍କ ମନରେ ଗୋଟିଏ ଉତ୍ତର ମାଲିକ ଦାୟୀ। ହଁ ଆଜ୍ଞା ଉତ୍ତର ଟି ସମ୍ପୂର୍ଣ୍ଣ ଠିକ୍। ଗୋରୁ ପୋଷିଥିବା ମାଲିକ ବଳଦ ପିଠିରେ ପ୍ରହାର ପରେ ପ୍ରହାର କରି ହଳକରି ଚାଷକରି ବର୍ଷ ସାରା ବଞ୍ଚୁଚି। ଗାଈର କ୍ଷୀରକୁ ବିକୁଛି ଓ ଖାଉଛି। ସେମାନଙ୍କ ଗୋବର ଦ୍ଵାରା ଉପକୃତ ହେଉଛି ଆଉ ନିଜେ ଘରେ ଶୋଉଛି ଗୋରୁ ଜାତୀୟ ରାଜପଥ ଉପରେ ସୋଉଛନ୍ତି।ସତରେ ଏହି ଦୃଶ୍ୟ ଦେଖିଲା ବେଳକୁ ଲାଗୁଛି ହଜି ଯାଇଛି ଗୋରୁ ମାଲିକର ମାନବିକତା। ଏହି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ୧୫୭ ନଂ ଜାତୀୟ ରାଜପଥ ଖାନ୍ଦିକୁଟି ଗ୍ରାମରେ। ଏହି ଗ୍ରାମବାସୀ କହିବାକଥା ଯେ ଯେଉଁ ମାନେ ଗୋରୁ ପୋଷୁଛନ୍ତି ନିଜ ଦାୟିତ୍ୱ ରେ ରଖୁ ନାହାଁନ୍ତି ନିଜେ ସୋଉଛନ୍ତି ଘରେ ଓ ଗୋରୁ ସୋଉଛନ୍ତି ରାସ୍ତା ଉପରେ। ଅନ୍ୟ ପକ୍ଷରେ ଏଠାର ରାସ୍ତା ଗଡାଣିଆ ଅଛି ରାସ୍ତାର ଉଭୟ ପାର୍ଶ୍ବରେ ଘର ଗୁଡ଼ିକ ରହିଛି ଏହାକୁ ମିଶାଇ ଏଠାରେ ଦୁଇଥର ଗୋରୁ ଉପରେ ଦୁର୍ଘଟଣା ଘଟିଲାଣି କେତେବେେ ମଣିଷକୁ ମଧ୍ୟ ଏଭଳି ହେବ ନାହିଁ ବୋଲି କହି ହେବ ନାହିଁ। ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ ଏହି ରାସ୍ତା ଉପରେ ହୋମ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *