ଆଜିର ମୁଖ୍ୟ ଖବର

ତାରିଖ- ୧୩/୦୩/୨୩, ସୋମବାର
୧- ନୂଆଦିଲ୍ଲୀ:ଆଜିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ସରକାର ଅର୍ଥ ବିଲ୍ ଗୃହୀତ କରାଇବେ।
୨ – ଚାଳକ ଏକତା ମହଆମଞ୍ଚର ଚେତାବନୀ:୧୫ରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସାମିଲ ହେବେ ୫ଲକ୍ଷରୁ ଅଧିକ ଚାଳକ।
୩- ସୋରଡ଼ା: ଶିକ୍ଷକଙ୍କ ମାଡରେ ୭ ଛାତ୍ରୀ ଅଚେତ୍, ଭିଡିଓ ପ୍ରଘଟ ପରେ କାର୍ଯ୍ୟାନୁଷ୍ଠାନ।
୪- ଭୁବନେଶ୍ୱର:ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ଅନୁଯାୟୀ ଆବାସିକ ପ୍ରକଳ୍ପରେ ଲିଜ ଆଧାରରେ ପାଇଥିବା ଜମି/ଘରର ମୁକ୍ତ-ମାଲିକାନା ଏଣିକି ଲିଜଧାରୀଙ୍କୁ ପ୍ରଦାନ କରାଯିବ।
୫- ନୂଆଦିଲ୍ଲୀ:ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ନିବେଦନ ; ମହିଳାଙ୍କ ସମ୍ମାନ, ସୁରକ୍ଷା ପ୍ରତି ସମ୍ବେଦନଶୀଳ ହୁଅ।
୬- ଭୁବନେଶ୍ୱରରୁ ଜଣେ ସାଇବର ଠକକୁ ଗିରଫ କଲା ମଣିପୁର ପୋଲିସ, ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ୱର ସାଇବର ପୋଲିସ।
୭- କିଟ୍ ଓ କିସ୍ ପରିଦର୍ଶନ କଲେ SRFTIର ୩୦ ଜଣିଆ ପ୍ରତିନିଧି ଦଳ, ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ କଲେ ପ୍ରଶଂସା।
୮- ରେକର୍ଡ ଛୁଇଁଲା ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ: ୨ ଦିନରେ ୪ ଲକ୍ଷରୁ ଅଧିକ ସଂଖ୍ୟାରେ ଅଣ୍ଡା ଦେଲେ କଇଁଛ।
୯- ଅନୁଗୋଳ: ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ।
୧୦- ଡେରାବିଶ: ଡେରାବିଶ ହାଇସ୍କୁଲର 1989 ବ୍ଯାଚ୍ ର ବନ୍ଧୁମିଳନ ପର୍ବ ଅନୁଷ୍ଠିତ।ସୁରେନ୍ଦ୍ର ନାଥ ବେହେରାଙ୍କ ନେତୃତ୍ବରେ କରାଗଲା ନିଶୁଳ୍କ ଆକ୍ଯୁପ୍ରେସର ଚିକିତ୍ସା।
୧୧- ଓଡ଼ିଶାରେ ଆହୁରି ୨୪ ଘଣ୍ଟା ରହିବ କାଳବୈଶାଖୀର ପ୍ରଭାବ। ୮ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ।
୧୨- ଗଂଜାମ ଜଗନ୍ନାଥ ପ୍ରସାଦ ବାଙ୍କତରା ଗାଁ:ଆଧୁନିକ ଯୁଗରେ ପୁରୁଣା ଛାପ, ଦାମୀ କାର କି ଚାକଚକ୍ୟ ନୁହେଁ ଘୋଡା ଓ ଶଗଡ ଗାଡିରେ ହେଲା ବିବାହ ସମ୍ପନ୍ନ।
୧୩- ଯୋଧପୁରରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର ଏମଆଇ-୧୭।
୧୪- ଇନ୍ଫ୍ଲୁଏଞ୍ଜା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର, ଏସ୍ଏଆରଆଇ/ଆଇଏଲ୍ଆଇ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଦେଲେ ନିର୍ଦେଶ।
୧୫- ଭାରତକୁ ସପ୍ତାହରେ ୬୪ ଥର ଉଡ଼ାଣ ଭରିପାରିବେ ରୁଷ ଏୟାରଲାଇନ, ଏମଓୟୁ ସ୍ବାକ୍ଷରିତ।
୧୬- ସମଲିଙ୍ଗୀ ବିବାହକୁ ସ୍ବୀକୃତି ସମ୍ପର୍କିତ ଆବେଦନକୁ କେନ୍ଦ୍ରର ବିରୋଧ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ।
୧୭- ଅହମ୍ମଦାବାଦ:ବିରାଟ କୋହିଲିଙ୍କ ଲଢୁଆ ଶତକ ପରେ ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୫୦୦ ଟପିଲା।
୧୮- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ କଲେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ।