ଆଜିର ମୁଖ୍ୟ ଖବର

*ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ ।
*ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ରୋଜ ଏଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି।
*କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ଼ ।ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କଲେ ଉତ୍ସର୍ଗ ।
*ଅମ୍ବାନୀ ଏବଂ ନବୀନଙ୍କ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା। ଓଡିଶାରେ ମୁକେଶ ଅମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ ।
*ନୂଆଦିଲ୍ଲୀ: ଅଧିକ ପେନସନ ଆବେଦନ ସମୟ ସୀମା ବୃଦ୍ଧି, ମେ ୩ ଯାଏଁ ମହଲତ ।
*ସୁବର୍ଣ୍ଣପୁର: ନିଆରା ପ୍ରେମ କାହାଣୀ; ଘରେ ମନା କଲେ ଥାନାରେ ବାହା ହେଲେ। ଗୈାଡଗାଡ ଗାଁ ଯଦୁ ସାହୁଙ୍କ ୨୮ ବର୍ଷୀୟ ପୁଅ ଶୁଶିଳ ସାହୁଙ୍କ ସହିତ ମୃଷୁଣ୍ଢି ଗାଁର ହିମାଂଶୁ ସାହୁଙ୍କ ୨୦ ବର୍ଷୀୟା ଝିଅ ଲିପ୍ସାଙ୍କ ହେଲା ବାହାଘର ।
*ହିଜାବ ପରେ ଝିଅଙ୍କ ପାଠପଢ଼ା କୁ ନେଇ ତାତୁଛି ଇରାନ ମାଟି।ଦେଶର ଝିଅମାନଙ୍କ ଉପରେ ବଢ଼ୁଛି ବର୍ବରତା ।
*ଇଂଲଣ୍ଡରେ ବିବାହ ବୟସ ୧୮କୁ ଧାର୍ଯ୍ୟ କଲେ ସେଠାକାର ସରକାର ।
*ରାଜ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ସୁଶାନ୍ତ ମହାନ୍ତି।
*ଓଡ଼ିଶାର ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ। କେନ୍ଦୁଝର, ଦେବଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବା ସୂଚନା ।
*ଭିଡ଼ରେ ଫସିଯାଉଛି କି ଭୁବନେଶ୍ୱର ? ଘଣ୍ଟା ଘଣ୍ଟା ଜାମ୍ ରହୁଛି ରାଜଧାନୀ ।
*ବିଧାନସଭାରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ ।
*ନବ ଦାସ ହତ୍ୟାକାଣ୍ଡ: ଆଜି ବିଜେପି ଯୁବମୋର୍ଚ୍ଚାର ବିଧାନ ସଭା ଘେରାଉ ।
*ରାଉରକେଲା: ୫୦ ହଜାର ଲାଞ୍ଚ କାରବାର, ଡ଼ାକ ଅଧିକାରୀ ଓ ଏଜେଣ୍ଟଙ୍କୁ ବାନ୍ଧିଲା ସିବିଆଇ ।
*ସ୍ଥଗିତ ହେବନି ନିଟ୍ ପିଜି-୨୦୨୩ ପରୀକ୍ଷା, ଧାର୍ଯ୍ୟ ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ ।
*କେନ୍ଦ୍ରାପଡ଼ା ସିଟି ହସ୍ପିଟାଲ୍ ଘୋଷଣା ହେଉ: ବିଧାୟକ ଶଶିଭୂଷଣ ବେହେରା ।
*ପଞ୍ଚଭୂତରେ ଲୀନ ହେଲେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ ।
*ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ, ଲୋକର୍ପଣ କରିବେ ବିଜୁ ଏକ୍ସପ୍ରେସ ୱେ ।
*ଭୁବନେଶ୍ୱର: ମିଳିଲା ପ୍ରତିଶ୍ରୁତି, ହଟିଲା ସବୁଜ ପତ୍ରିକାଧାରୀଙ୍କ ଆନ୍ଦୋଳନ ।
*ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ।
*ବାଲେଶ୍ୱର: ୬ ଦିନ ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ଏସିଡ୍ ପୀଡିତା ବନିତା ସିଂ।