କୋଣାର୍କରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ନାଲକୋ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ପର୍ଯ୍ୟଟକ ମାନଙ୍କୁ ପାରମ୍ପରିକ ଘୋଡ଼ା ନାଚ ପ୍ରଦର୍ଶନ ସହିତ ଫୁଲ ଚନ୍ଦନ ଦେଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ସ୍ବାଗତ କରାଯାଇଥିଲା। ପରେ ପରେ ରାମଚଣ୍ଡି ମନ୍ଦିର ପରିସର ଓ ନିକଟରେ ସଫେଇ କାର୍ଯ୍ୟ କରଯାଇଥିଲା। କୋଣାର୍କ ପର୍ଯଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନାଲକୋ ସିଏମଡି ଶ୍ରୀଧର ପାତ୍ର ଓ କୋଣାର୍କ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଏନସିସି କ୍ୟାଡେଟ, ଏନଏସଏସ ସ୍ବେଚ୍ଛାସେବୀ, ଜାଭିୟର ହୋଟେଲ୍ ମ୍ୟାନେମେଣ୍ଟ ଛାତ୍ରଛାତ୍ରୀ, ନର୍ସିଂ ଛାତ୍ରୀ ଓ ସମାଜସେବୀ ମାନେ ଯୋଗଦେଇଥିଲେ।
ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ